୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରୁଥିବା ବେଳେ ଶୋଇପଡ଼ୁଥିଲେ ଆରକେ ସିଂହ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଫେବ୍ରୁଆରି ୧ ତାରିଖ ଅର୍ଥାତ ଗତକାଲି ଚଳିତ ଦଶନ୍ଧିର ପ୍ରଥମ ସାଧାରଣ ବଜେଟ୍‌ ଉପସ୍ଥାପନ କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ମୋଟ ୩୦ ଲକ୍ଷ ୪୨ ହଜାର ୨୩୦କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।

Image result for longest-budge"
Vaartha

ତେବେ ସଂସଦରେ ଯେତେବେଳେ ବଜେଟ୍‌ ଉପସ୍ଥାପନା କରାଯାଉଥିଲା, ସେତେବେଳେ ସାମ୍ନାକୁ ଆସିଥିଲା କିଛି ରୋଚକ ଦୃଶ୍ୟ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଉ ଏହି ଭାଇରାଲ ଭିଡିଓରେ କେନ୍ଦ୍ର ଶକ୍ତି ରାଜ୍ୟ ମନ୍ତ୍ରୀ ଆରକେ ସିଂହଙ୍କୁ ଦେଖିବାକୁ ମିଳୁଛି। ସେ ନିର୍ମଳାଙ୍କ ଠିକ୍‌ ପଛପଟେ ବସିଛନ୍ତି। ଆଉ ବଜେଟ୍‌ ପଢ଼ା ଚାଲିଥିବା ବେଳେ ବାରମ୍ବାର ତାଙ୍କୁ ନିଦ ଆସୁଛି। ମନ୍ତ୍ରୀଙ୍କ ଆଖି ବନ୍ଦ ହୋଇଯାଉଥିବା ବେଳେ ସେ ସଙ୍ଗେ ସଙ୍ଗେ ଉଠି ପଡ଼ୁଥିବା ଦେଖିବାକୁ ମିଳୁଛି।

Image result for indian-ministers-effort-to-stay-awake-during-longest-budge"
Sputnik News

ଏହି ଭିଡିଓକୁ ଦେଖିବା ପରେ ଟୁଇଟରରେ ଅନେକ ମଜାଳିଆ ପ୍ରତିକ୍ରିୟା ଟୁଇଟର ବ୍ୟବହାରକାରୀ ଦେଉଥିବା ଦେଖିବାକୁ ମିଳିଛି ।

 

ଉଲ୍ଲେଖଯୋଗ୍ୟ, ୨୦୧୯-୨୦ ବଜେଟ୍‌ ଉପସ୍ଥାପନାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨ଘଣ୍ଟା ୧୫ ମିନିଟର ଭାଷଣ ଦେଇ ଦୀର୍ଘ ୧୬ ବର୍ଷର ରେକର୍ଡ ଭାଙ୍ଗିଥିଲେ । ଆଉ ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୦୨୧ଆର୍ଥିକ ବର୍ଷ ପାଇଁ ନିରବଚ୍ଛିନ୍ନ ଭାବରେ ପ୍ରାୟ ୨ଘଣ୍ଟା ୩୯ ମିନିଟ୍‌ ଅର୍ଥାତ ୧୫୯ ମିନଟ୍‌ର ଅଭିଭାଷଣ ଦେଇ ଦେଶର ସଂସଦୀୟ ଇତିହାସରେ ଏକ ସର୍ବକାଳୀନ ରେକର୍ଡ କରିବାରେ ସମର୍ଥ ହୋଇଛନ୍ତି।

କ୍ରମାଗତ ଭାବରେ ୨ ଘଣ୍ଟା ୩୯ ମିନିଟ୍‌ ଭାଷଣ ଦେବା ପରେ ଅର୍ଥମନ୍ତ୍ରୀ ସାମାନ୍ୟ ଅସ୍ୱଭାବିକ ଅନୁଭବ କରିଥିଲେ। ଆଉ ଏହାକୁ ଦେଖି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ତାଙ୍କୁ ଭାଷଣ ଶେଷ କରିବାକୁ ଅନୁରୋଧ କରିବା ପରେ ବଜେଟ୍‌ ଭାଷଣ ସମାପ୍ତ କରିଥିଲେ ଅର୍ଥମନ୍ତ୍ରୀ ସୀତାରମଣ।

ସମ୍ବନ୍ଧିତ ଖବର