ଚାଇଲ୍ଡ ପର୍ଣ୍ଣ ଭିଡିଓ ଡାଉନ୍‌ଲୋଡ କରିବା ମହଙ୍ଗା ପଡ଼ିଲା: ଆମେରିକାରୁ ଗିରଫ ହେଲେ ଭାରତୀୟ ପାଇଲଟ୍‌; ଭିସା ରଦ୍ଦ

ଓ୍ଵାଶିଂଟନ: ଚାଇଲ୍ଡ ପର୍ଣ୍ଣ ଭିଡିଓ ଡାଉନ୍‌ଲୋଡ୍ କରୁଥିବା ହେତୁ ଜଣେ ଭାରତୀୟ ବିମାନ ଚାଳକଙ୍କୁ ସାନ୍‌ ଫ୍ରାନସିସ୍କୋ ଠାରେ ଗିରଫ କରାଯାଇଛି। ନୂଆଦିଲ୍ଳୀରୁ ସାନ୍‌ ଫ୍ରାନସିସ୍କୋ ଯାଉଥିବା ବିମାନଟି ଯାଇ ସାନ୍‌ ଫ୍ରାନସିସ୍କୋ ବିମାନବନ୍ଦରରେ ଲ୍ୟାଣ୍ଡ୍‌ କରିବା ପରେ ତାଙ୍କୁ ଗିରଫ କରାଯାଇଛି। ମୁମ୍ବାଇର ଏହି ପାଇଲଟ୍‌ ଏପରି କରୁଥିବା ବେଳେ ଯାତ୍ରୀଙ୍କ ଆଖିରେ ପ୍ରଥମେ ଧରା ପଡ଼ିଥିଲେ ବୋଲି ସୂଚନା ରହିଛି।

ଆମେରିକା ଆଇନ  ଶିଶୁଙ୍କ ପର୍ଣ୍ଣ  ଫଟୋ, ଭିଡିଓ ଆଦିର ପ୍ରସ୍ତୁତି,  ବିତରଣ କିମ୍ବା ଗ୍ରହଣ କରିବା ଆଦିକୁ ବାରଣ କରିଥାଏ। ସୋମବାର ପାଇଲଟ୍‌ଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ତାଙ୍କୁ ଏଫବିଆଇ ଗିରଫ କରିଥିବା ଜାଣିବାକୁ ମିଳିଛି।

ଭାରତୀୟ ପାଇଲଟଙ୍କୁ ଗିରଫ କରିବା ପରେ ଆମେରିକା ତାଙ୍କର ପାସ୍‌ପୋର୍ଟ ଜବତ କରିବା ସହ ତାଙ୍କ ଭିସା ରଦ୍ଦ କରି ଦେଇଥିବା ସୂଚନା ରହିଛି। ଜାଣିବାକୁ ମିଳିଛି ଯେ ପାଇଲଟ ଜଣଙ୍କୁ ଆଉ କେବେ ଆମେରିକା ଯିବା ପାଇଁ ଅନୁମତି ମିଳିବ ନାହିଁ।

ସମ୍ବନ୍ଧିତ ଖବର