ଦେଶରେ ବଢ଼ି ଚାଲିଛି କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା: ଦିନକରେ ୨୪, ୨୪୮ ନୂଆ ସଂକ୍ରମଣ; ମୃତ୍ୟୁସଂଖ୍ୟା ୪୨୫; ସୁସ୍ଥତା ହାର ୬୦. ୮୫%

ନୂଆଦିଲ୍ଲୀ: ଜୁଲାଇ ୬ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୬୯୭୪୧୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୨୪୪୩୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୧୯୬୯୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୨୪, ୨୪୮ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫୩୨୮୭ ରହିଛି। ସମଗ୍ର ଦେଶର ୨୪ ଘଣ୍ଟା ମଧ୍ୟରେ ୪୨୫ ଜଣଙ୍କର ମୃତ୍ୟୁ ଘଟିଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୨୩୨ ଜଣ, ଅରୁଣାଚଳ ପ୍ରଦେଶରେ ୧ ଜଣ, ଆସାମରେ ୧୪ ଜଣ, ବିହାରରେ ୯୫ ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୧୪ ଜଣ, ଦିଲ୍ଲୀରେ ୩୦୬୭ ଜଣ, ଗୋଆରେ ୭ ଜଣ, ଗୁଜରାଟରେ ୧୯୪୩ ଜଣ, ହରିୟାଣାରେ ୨୬୫ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୧୩୨ ଜଣ, ଝାଡ଼ଖଣ୍ଡରେ ୧୯ ଜଣ, କର୍ଣ୍ଣାଟକରେ ୩୭୨ ଜଣ, କେରଳରେ ୨୫ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୬୦୮ ଜଣ, ମହାରାଷ୍ଟ୍ରରେ ୮୮୨୨ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୩୬ ଜଣ, ପୁଦ୍ଦୁଚେରୀରେ ୧୨ ଜଣ, ପଞ୍ଜାବରେ ୧୬୪ ଜଣ, ରାଜସ୍ଥାନରେ ୪୫୬ ଜଣ, ତାମିଲନାଡୁରେ ୧୫୧୦ ଜଣ, ତେଲେଙ୍ଗାନାରେ ୨୯୫ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୪୨ ଜଣ, ଉତ୍ତରପ୍ରଦେଶରେ ୭୮୫ ଜଣ ଏବଂ ପଶ୍ଚମବଙ୍ଗରେ ୭୫୭ ଜଣ ।

Image Courtesy of Zee News

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୨୫), ଆନ୍ଧ୍ରପ୍ରଦେଶ (୧୮୬୯୭), ଅରୁଣାଚଳ ପ୍ରଦେଶ (୨୬୯), ଆସାମ (୧୧୩୮୮), ବିହାର (୧୧୮୭୬), ଚଣ୍ଡିଗଡ଼ (୪୬୬), ଛତିଶଗଡ଼ (୩୨୦୭), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୨୭୧), ଦିଲ୍ଲୀ (୯୯୪୪୪), ଗୋଆ (୧୭୬୧), ଗୁଜରାଟ (୩୬୦୩୭), ହରିୟାଣା (୧୭୦୦୫), ହିମାଚଳ ପ୍ରଦେଶ (୧୦୬୩), ଜମ୍ମୁ ଓ କଶ୍ମୀର (୮୪୨୯), ଝାଡ଼ଖଣ୍ଡ (୨୭୮୧) କର୍ଣ୍ଣାଟକ (୨୩୪୭୪), କେରଳ (୫୪୨୯), ଲଦାଖ (୧୦୦୫), ମଧ୍ୟପ୍ରଦେଶ (୧୪୯୩୦), ମହାରାଷ୍ଟ୍ର (୨୦୬୬୧୯), ମଣିପୁର (୧୩୬୬), ମେଘାଳୟ (୬୨), ମିଜୋରାମ (୧୮୬), ନାଗାଲାଣ୍ଡ (୫୯୦),  ଓଡ଼ିଶା (୯୦୭୦), ପୁଦ୍ଦୁଚେରୀ (୮୦୨), ପଞ୍ଜାବ (୬୨୮୩), ରାଜସ୍ଥାନ (୨୦୧୬୪), ସିକିମ୍ (୧୨୩), ତାମିଲନାଡୁ (୧୧୧୧୫୧), ତେଲେଙ୍ଗାନା (୨୩୯୦୨), ତ୍ରିପୁରା (୧୫୬୮), ଉତ୍ତରାଖଣ୍ଡ (୩୧୨୪), ଉତ୍ତରପ୍ରଦେଶ (୨୭୭୦୭) ଓ ପଶ୍ଚିମବଙ୍ଗ (୨୨୧୨୬) ।

Image Courtesy of Hindustan Times

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୭୨), ଆନ୍ଧ୍ରପ୍ରଦେଶ (୮୪୨୨), ଅରୁଣାଚଳ ପ୍ରଦେଶ (୭୮), ଆସାମ (୭୧୨୫), ବିହାର (୮୭୬୫), ଚଣ୍ଡିଗଡ଼ (୩୯୫), ଛତିଶଗଡ଼ (୨୬୦୧), ଦାଦର ନଗର ହାୱେଲି (୧୦୬), ଦିଲ୍ଲୀ (୭୧୩୩୯), ଗୋଆ (୯୩୬), ଗୁଜରାଟ (୨୫୮୯୨), ହରିୟାଣା (୧୨୯୪୪), ହିମାଚଳ ପ୍ରଦେଶ (୭୩୭), ଜମ୍ମୁ ଓ କଶ୍ମୀର (୫୨୫୫), ଝାଡ଼ଖଣ୍ଡ (୨୦୪୫), କର୍ଣ୍ଣାଟକ (୯୮୪୭), କେରଳ (୩୧୭୪), ଲଦାଖ (୮୨୬), ମଧ୍ୟପ୍ରଦେଶ (୧୧୪୧୧), ମହାରାଷ୍ଟ୍ର (୧୧୧୭୪୦), ମଣିପୁର (୬୮୮), ମେଘାଳୟ (୪୩), ମିଜୋରାମ (୧୩୦) ନାଗାଲାଣ୍ଡ୍ (୨୩୧), ଓଡ଼ିଶା (୬୨୨୪), ପୁଦ୍ଦୁଚେରୀ (୩୩୧), ପଞ୍ଜାବ (୪୪୦୮), ରାଜସ୍ଥାନ (୧୫୯୨୮), ସିକିମ୍ (୬୧), ତାମିଲନାଡୁ (୬୨୭୭୮), ତେଲେଙ୍ଗାନା (୧୨୭୦୩), ତ୍ରିପୁରା (୧୨୦୨), ଉତ୍ତରାଖଣ୍ଡ (୨୫୨୪), ଉତ୍ତରପ୍ରଦେଶ (୧୮୭୬୧) ଓ ପଶ୍ଚିମବଙ୍ଗ (୧୪୭୧୧) ।

 

 

 

 

ସମ୍ବନ୍ଧିତ ଖବର