ଆରମ୍ଭ ହେଲା ଭାରତର ପ୍ରଥମ ଓ୍ବାଟର ଟାକ୍ସି ସେବା

କେରଳ: କେରଳ ରାଜ୍ୟ ଜଳ ପରିବହନ ବିଭାଗ ଓ୍ବାଟର ଟାକ୍ସି ସେବା ଆରମ୍ଭ କରିଛି। ଏହି ‌ସେବାକୁ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ପରୀକ୍ଷଣ କରାଯାଇଥିଲା। ଏହି ପରୀକ୍ଷଣ ସଫଳ ହେବା ପରେ ସର୍ବସାଧାରଣ ସେବା ପାଇଁ ଚାରିଟି ଓ୍ବାଟର ଟାକ୍ସି ଚାଲିବାକୁ ଅନୁମତି ମିଳିଛି। ତେବେ ଏହାକୁ ଭାରତର ପ୍ରଥମ ଓ୍ବାଟର ଟାକ୍ସି ବୋଟ୍ ସେବା ବୋଲି କୁହାଯାଉଛି।

ଏସଟିଡବ୍ଲୁଡି ନିର୍ଦେଶକ ଶାଜି ବି ନାୟର ଏହି ସେବା ଆରମ୍ଭକୁ ନେଇ କହିଛନ୍ତି, ଏହା ଡିଜେଲ ସଞ୍ଚାଳିତ ଗାଡ଼ି। ଏକାଥରକରେ ୧୦ ଜଣ ଯାତ୍ରୀ ଏଥିରେ ବସି ସୁବିଧା ଓ ସୁରକ୍ଷିତ ଭାବେ ଯାତ୍ରା କରି ପାରିବେ। ତେବେ ଏ ନୌକାଟି ଡିଜେଲ ଚାଳିତ ଓ ମୂଲ୍ୟ ପାଖାପାଖି ୫୦ ଲକ୍ଷ ଟଙ୍କା ରହିଛି। ଏଥିରେ ଯାତ୍ରୀଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ହେଲେ ୩୦ ମିନିଟ୍ ପାଇଁ ୭୫୦ ଟଙ୍କା ଭଡ଼ା ଦେବାକୁ ପଡ଼ିବ। ଓ୍ବାଟର ଟାକ୍ସି ବୋଟ୍ ପାଇଁ ଏହି ଭଡ଼ା ନିଶ୍ଚିତ ହୋଇ ନାହିଁ, ଆଗକୁ ଆହୁରି ଭଡ଼ା ବୃଦ୍ଧି ପାଇପାରେ ବୋଲି କୁହାଯାଉଛି। ଓ୍ବାଟର ଟାକ୍ସି ବୋଟ୍ କୋଚିସ୍ଥିତ ଏକ ଫାର୍ମ ନଭଗତି ଦ୍ବାରା ନିର୍ମାଣ କରାଯାଇଛି।

ସମ୍ବନ୍ଧିତ ଖବର