ଭାରତର ସଂକ୍ରମଣ ଶୀର୍ଷ ଅତିକ୍ରମ କରିସାରିଛି: କେମ୍ବ୍ରିଜ୍‌ ଟ୍ରାକର୍‌

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ବିତୀୟ ଲହର ଶୀର୍ଷରେ ପହଞ୍ଚି ସାରିଛି ବୋଲି ‘କେମ୍ବ୍ରିଜ୍‌ ଟ୍ରାକର୍‌’ର ଏକ ଗବେ‌ଷଣା ରିପୋର୍ଟରେ ପ୍ରକାଶ ପାଇଛି। କରୋନା ସଂକ୍ରମଣକୁ ଟ୍ରାକ୍‌ କରି ଗବେଷଣା କରୁଥିବା ସଂସ୍ଥା କେମ୍ବ୍ରିଜ୍‌ ଟ୍ରାକର୍‌ କହିଛି ଯେ କେତେକ ରାଜ୍ୟରେ ଆଗକୁ ସଂକ୍ରମଣ ବଢ଼ିବ, କିନ୍ତୁ ଦେଶର ସଂକ୍ରମଣ ସ୍ଥିତି ଶୀର୍ଷ ଅତିକ୍ରମ କରିସାରିଛି। ଦେଶର ୭୩୪ ଜିଲ୍ଲା ମଧ୍ୟରୁ ୫୩୩ଟି ଜିଲ୍ଲାରେ ଏବେ କୋଭିଡ ପଜିଟିଭ ହାର ୧୦ ପ୍ରତିଶତରୁ ଅଧିକ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଜଣାଯାଇଛି। ଜାତୀୟ ସ୍ତରରେ ପଜିଟିଭ ହାର ଏବେ ୧୮ ପ୍ରତିଶତ ରହିଛି, ଯାହାକି ୧୬ ଦିନ ପୂର୍ବରୁ ଦେଖିବାକୁ ମିଳିଥିଲା। ତେଣୁ ଏବେ ମଧ୍ୟ ଲୋକମାନଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର