୨୪ ଘଣ୍ଟା ମଧ୍ୟରେ ୩୬,୫୯୫ ନୂଆ ସଂକ୍ରମଣ ସହ ୯୫.୭୧ ଲକ୍ଷରେ ପହଞ୍ଚିଲା ଦେଶରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୩୬,୫୯୫ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଭାରତରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୫.୭୧ ଲକ୍ଷରେ ପହଞ୍ଚିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୬,୫୯୫ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୫୪୦ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ ସଂକ୍ରମଣ ମାମଲା ୯୫,୭୧,୫୫୯ ଓ ମୃତ୍ୟୁସଂଖ୍ୟା ୧୩୯, ୧୮୮ରେ ପହଞ୍ଚିଛି।

ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ୯୦, ୧୬, ୨୮୯ରେ ପହଞ୍ଚି ଥିବାରୁ ଜାତୀୟସ୍ତରରେ ସୁସ୍ଥତା ହାର ରହିଛି ୯୪.୨୦%ରେ। ଏବେ ଦେଶରେ କୋଭିଡ୍‌-୧୯ଜନିତ ମୃତ୍ୟୁହାର ୧.୪୫%ରେ ପହଞ୍ଚିଛି।

Image Courtesy of Zee News

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରେକର୍ଡ ଅନୁସାରେ, ସମ୍ପ୍ରତି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪୧୬, ୦୮୨। ସମୁଦାୟ ଆକ୍ରାନ୍ତଙ୍କ ତୁଳନାରେ ସକ୍ରିୟ ଆକ୍ରାନ୍ତଙ୍କ ହାର ହେଉଛି ୪.୩୫%। ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ତଳେ ରହୁଛି।

ବୁଧବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ଗତ ୧୦ ଦିନ ଧରି ଭାରତରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ମାମଲା ୫୦, ୦୦୦ରୁ କମ୍‌ ରହୁଛି।

‘ଆଇସିଏମ୍‌ଆର୍‌’ ତଥ୍ୟ ଅନୁସାରେ, ଗୁରୁବାର ଦିନ ପରୀକ୍ଷା ହୋଇଥିବା ୧୧,୭୦,୧୦୨ ନମୁନାକୁ ମିଶାଇ ଅଦ୍ୟାବଧି ସମୁଦାୟ ୧୪,୪୭,୨୭,୭୪୯ଟି ନମୁନା ପରୀକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର