ବିରୋଧ ପରେ ମହିଳା କ୍ୟାଡେଟଙ୍କ କୁମାରୀତ୍ବ ପରୀକ୍ଷା ବନ୍ଦ କଲା ଇଣ୍ଡୋନେସିଆ ସେନା

ଜାକାର୍ତ୍ତା : ଇଣ୍ଡୋନେସିଆ ସେନାରେ ପ୍ରଚଳିତ ଥିବା ବିବାଦୀୟ କୁମାରୀତ୍ବ ଯାଞ୍ଚ ପ୍ରକ୍ରିୟାକୁ ହଟାଇ ଦିଆଯାଇଛି । ବିଭିନ୍ନ ମହଲରୁ ଏହି ନିୟମକୁ ବିରୋଧ କରାଯିବା ପରେ ସେନା ଏହି ନିଷ୍ପତ୍ତି ନେଇଛି । ଏହି ପ୍ରକ୍ରିୟା ହଟାଯାଇଥିବା ସମ୍ପର୍କରେ ଇଣ୍ଡୋନେସିଆର ସେନାମୁଖ୍ୟ ଏଣ୍ଡିକା ପରକେସା ସ୍ପଷ୍ଟ କରିଛନ୍ତି ।

ଇଣ୍ଡୋନେସିଆ ସେନାର ବିଗତ ଅନେକ ବର୍ଷ ଧରି ପ୍ରଚଳିତ ଏହି ନିୟମ ଅନୁସାରେ ସେନାରେ ଭର୍ତ୍ତି ହେବାକୁ ଚାହୁଥିବା ମହିଳା ପ୍ରାର୍ଥୀମାନଙ୍କର କୁମାରୀତ୍ବ ଯାଞ୍ଚ କରାଯାଉଥିଲା ।  ଏହା ଦ୍ବାରା ମହିଳା ପ୍ରାର୍ଥୀମାନଙ୍କ ନୈତିକତା ନିଶ୍ଚିତ କରାଯାଇପାରୁଥିଲା ବୋଲି ପୂର୍ବରୁ ସେନା ଯୁକ୍ତି କରୁଥିଲା ।

ତେବେ ଏହି ଅଜବ ନିୟମ ବିରୋଧରେ ଇଣ୍ଡୋନେସିଆ ସମେତ ଅନ୍ତର୍ଜାତୀୟ ସ୍ତରରେ ବିରୋଧ ସୃଷ୍ଟି ହେବା ପରେ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ନିୟମ ସମ୍ପର୍କରେ ନ୍ୟୁୟର୍କ ଭିତ୍ତିକ ମାନବ ଅଧିକାର ସଂସ୍ଥା ହ୍ୟୁମାନ ରାଇଟ୍ ଓ୍ବାଚ୍ ( ଏଚଆରଡବ୍ଲୁ) ପକ୍ଷରୁ ୨୦୧୪,୨୦୧୫ ଓ ୨୦୧୭ ରେ ତଦନ୍ତ କରାଯିବା ପରେ ଏହାକୁ ବନ୍ଦ କରିବାକୁ ଦାବି କରିଥିଲା ।

ଅନ୍ୟପକ୍ଷରେ ଇଣ୍ଡୋନେସିଆର ନୌସେନା ପକ୍ଷରୁ କୁହାଯାଉଛି ମହିଳା ପ୍ରାର୍ଥୀମାନଙ୍କ ନିଯୁକ୍ତି ବେଳେ କେବଳ ଗର୍ଭପରୀକ୍ଷା କରାଯାଉଛି । କିନ୍ତୁ କୁମାରୀତ୍ବ ପରୀକ୍ଷା କରାଯାଉନାହିଁ ।

ସମ୍ବନ୍ଧିତ ଖବର