ଆସନ୍ତା ୧୦ ତାରିଖରେ ୨ ଘଣ୍ଟା ଲାଗି ଅନ୍‌ଲାଇନ୍‌ ଟିକେଟ ବୁକ୍‌ କିମ୍ବା ରଦ୍ଦ କରି ପାରିବେ ନାହିଁ ଯାତ୍ରୀ, ସୂଚନା ଦେଲା ଭାରତୀୟ ରେଳ

ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ୧୦ ତାରିଖରେ ଆଇଆର୍‌ସିଟିସି େଓ୍ଵବ୍‌ସାଇଟ୍‌ ଦୁଇ ଘଣ୍ଟା ପାଇଁ ଅଚଳ ରହିବ ବୋଲି ମଙ୍ଗଳବାର ଘୋଷଣା କରିଛି ରେଳବାଇ । ମେଣ୍ଟେନାନ୍‌ସ କାମ ହେବାକୁ ଥିବାରୁ ଦୁଇ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ବୁକିଂ ଏବଂ ଫୋନ ସର୍ଭିସ ବାଧାପ୍ରାପ୍ତ ହେବ ବୋଲି ଭାରତୀୟ ରେଳ ପକ୍ଷରୁ କୁହାଯାଇଛି ।

ଏହି ସମୟରେ କେହି ଅନ୍‌ଲାଇନ୍‌ ଟିକେଟ୍‌ ବୁକିଂ ବା ରଦ୍ଦ କରି ପାରିବେ ନାହିଁ । ଯାତ୍ରୀମାନଙ୍କୁ ଯେମିତି କୌଣସି ଅସୁବିଧା ନ ହୁଏ ସେ ନେଇ ପୂର୍ବରୁ ସୂଚନା ଦିଆଯାଇଛି ରେଳ ବିଭାଗ । ଆସନ୍ତା ୧୦ ତାରିଖରେ ୦୦.୨୦ -୦୧.୩୦ ( ରାତି ୧୨ଟା ୨୦ରୁ ୧ଟା ୩୦) ପର୍ଯ୍ୟନ୍ତ ଆଇଆରସିଟିସି େଓ୍ଵବ୍‌ସାଇଟ୍‌ ବନ୍ଦ ରହିବ । ଏହି ସମୟରେ ଆଇଆରସିଟିସି େଓ୍ଵବ୍‌ସାଇଟ୍‌ ଦ୍ୱାରା ଅନ୍‌ଲାଇନ୍‌ ମାଧ୍ୟମରେ କୌଣସି କାମ କରି ପାରିବେ ନାହିଁ ଯାତ୍ରୀ ।

ସମ୍ବନ୍ଧିତ ଖବର