୫ ବର୍ଷ ପରେ ଟେଷ୍ଟ ମ୍ୟାଚ୍‌ ଜିତିଲା ଜିମ୍ବାେଓ୍ଵ, ୧୭ ବର୍ଷ ପରେ ବିଦେଶ ମାଟିରେ ବିଜୟ

ପଦାର୍ପଣ ମ୍ୟାଚରେ ସ୍ପିନର ମାଭୁତାଙ୍କୁ ମିଳିଲା ୪ ଓ୍ଵିକେଟ

ସିଲହଟ୍‌ (ବାଂଲାଦେଶ): ବ୍ରେଣ୍ଡନ ମାଭୁତା ଓ ସିକିନ୍ଦର ରାଜାଙ୍କ ୭ ଓ୍ଵିକେଟ୍‌ ବଳରେ ଜିମ୍ବାେଓ୍ଵ ପ୍ରଥମ ଟେଷ୍ଟ ମ୍ୟାଚରେ ବାଂଲାଦେଶକୁ ୧୫୧ ରନ୍‌ରେ ପରାସ୍ତ କରିଛି। ଏଥି ସହିତ ବାଂଲାଦେଶ ଦୀର୍ଘ ୫ ବର୍ଷ ପରେ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ୍‌ ବିଜୟ ହାସଲ କରିଛି। ଟେଷ୍ଟ କ୍ରିକେଟ୍‌ରେ ପଦାର୍ପଣ କରିଥିବା ସ୍ପିନର ମାଭୁତା ୨୧ ରନ ଦେଇ ୪ ଓ୍ଵିକେଟ୍‌ ନେଇଥିବା ବେଳେ ସ୍ପିନର ରଜା ୪୧ ରନ ଦେଇ ୩ ଓ୍ଵିକେଟ୍‌ ନେଇଥିଲେ। ଜିମ୍ବାେଓ୍ଵ ପ୍ରଥମ ଇନିଂସରେ ୨୮୨ ରନ୍‌ ଓ ଦ୍ୱିତୀୟ ଇନିଂସରେ ୧୮୧ ରନ୍‌ ସଂଗ୍ରହକ କରିଥିବା ବେଳେ ବାଂଲାଦେଶ ପ୍ରଥମ ଇନିଂସରେ ୧୪୩ ରନ୍‌ ଓ ୨ୟ ଇନିଂସରେ ୧୬୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା

ବାଂଲାଦେଶକୁ ବିଜୟ ପାଇଁ ୩୨୧ ରନ ଲକ୍ଷ୍ୟ ମିଳିଥିଲା। ଚତୁର୍ଥ ଦିନ ମଙ୍ଗଳବାର ବାଂଲାଦେଶ ୧୬୯ ରନ୍‌ରେ ଆଟଉ୍‌ ହୋଇଛି। ୱେଲିଙ୍ଗଟନ୍‌ ମାସକଡାଜାଙ୍କୁ ୨ଟି ଓ୍ଵିକେଟ ମିଳିଛି। ମାସକଡାଜା, ଆରିଫୁଲ ହକ (୩୮)ଙ୍କୁ ପାଭଲିଅନ୍‌ ପଠାଇ ବାଂଲାଦେଶର ଇନିଂସ ଶେଷ କରିଥିଲେ।

ପାକିସ୍ତାନକୁ ୨୦୧୩ରେ ହରାରେ ହରାଇବା ପରେ ଜିମ୍ବାେଓ୍ଵର ଏହା ହେଉଛି ପ୍ରଥମ ଟେଷ୍ଟ। ବିଦେଶରେ ବାଂଲାଦେଶକୁ ୧୭ ବର୍ଷ ପରେ ଟେଷ୍ଟ ବିଜୟ ମିଳିଛି। ଜିମ୍ବାେଓ୍ଵ ୨୦୦୧ ବାଂଲାଦେଶକୁ ହରାଇଥିଲା।

ସମ୍ବନ୍ଧିତ ଖବର