ଗିରଫ ୩ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ହିନ୍ଦୁ ନେତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ଟିମ୍‌  ତିନିଜଣ ଆତଙ୍କବାଦୀଙ୍କୁ ଗିରଫ କରିବା ସହିତ ସେମାନଙ୍କର ଏକ ବଡ଼ ଆକ୍ରମଣ ଯୋଜନାକୁ ପଣ୍ଡ କରିଛି। ଦିଲ୍ଲୀରୁ ଗିରଫ ହୋଇଥିବା ଆଇଏସ୍‌ଆଇଏସ୍‌ର ତିନିଜଣ ଆତଙ୍କବାଦୀ ‘ପପୁଲାର୍‌ ଫ୍ରଣ୍ଟ ଅଫ ଇଣ୍ଡିଆ’ ସହିତ ଜଡ଼ିତ ଥିବା ଜଣାପଡ଼ିଛି। ଏମାନଙ୍କ ଠାରୁ ପୁଲିସ ବନ୍ଧୁକ ସହିତ ଅନେକ ବିସ୍ଫୋରକ ସାମଗ୍ରୀ ଜବତ କରିଛି।

Image result for is-terror-module-busted-in-delhi
India Today

ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ଟିମ୍‌ ଦ୍ୱାରା ଗିରଫ ହୋଇଥିବା ତିନିଜଣ ଆତଙ୍କବାଦୀଙ୍କୁ ପଚରାଉଚରା ସମୟରେ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଥିଲା। ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ହୋଇଥିବା ହିଂସାରେ ପୁଲିସର କାର୍ଯ୍ୟାନୁଷ୍ଠାନର ପ୍ରତିଶୋଧ ନେବା ସହିତ ଦିଲ୍ଲୀ, ଉତ୍ତରପ୍ରଦେଶ ଓ ଗୁଜୁରାଟ ପୁଲିସକର୍ମଚାରୀଙ୍କ ହତ୍ୟା ଏମାନଙ୍କ ଲକ୍ଷ୍ୟ ରହିଥିଲା। କେବଳ ଏତିକି ନୁହେଁ,  ପୁଲିସ କର୍ମଚାରୀଙ୍କ ସମେତ ହିନ୍ଦୁ ନେତାମାନଙ୍କୁ ହତ୍ୟା କରିବା ପାଇଁ ଏହି ତିନିଜଣ ଆତଙ୍କବାଦୀ ଯୋଜନା କରିଥିବା ପୁଲିସ ସୂତ୍ରରୁ ପ୍ରକାଶ।

ଗିରଫ ହୋଇଥିବା ତିନିଜଣ ଆତଙ୍କବାଦୀ ତାମିଲନାଡ଼ୁରେ ବସବାସ କରନ୍ତି। ଏହି ତିନିଜଣ ପୂର୍ବରୁ ଅନେକ ଅପରାଧିକ ଘଟଣାରେ ସମ୍ପୃକ୍ତ ଥିବା ସହିତ ୨୦୧୪ରେ ଜଣେ ହିନ୍ଦୁ ନେତାଙ୍କୁ ଏମାନେ ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡ ପରଠାରୁ ତିନିଜଣ ଆତଙ୍କବାଦୀଙ୍କ ସମେତ ୬ଜଣ ତାମିଲନାଡୁରୁ ଫେରାର ହୋଇଯାଇଥିଲେ।

Image result for is-terror-module-busted-in-delhi
India.com

ତାମିଲନାଡ଼ୁରୁ ଫେରାର ହେବା ପରେ ହିନ୍ଦୁ ନେତାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ୬ଜଣଙ୍କ ମଧ୍ୟରୁ ୩ଜଣ ନେପାଳରେ ଅଛନ୍ତି। ବାକି ତିନିଜଣ ଆତଙ୍କବାଦୀଙ୍କୁ ପୁଲିସ ଗିରଫ କରିଛି। ଏହି ତିନିଜଣ ଆତଙ୍କବାଦୀ ନେପାଳ ରାସ୍ତା ଦେଇ ଉତ୍ତରପ୍ରଦେଶରେ ପ୍ରବେଶ କରି ଏନ୍‌ସିଆରକୁ ଆସିଥିଲେ। ଗିରଫ ହୋଇଥିବା ତିନିଜଣ ଆତଙ୍କବାଦୀ ଦିଲ୍ଲୀ ଏନ୍‌ସିଆର ଓ ପଶ୍ଚିମ-ଉତ୍ତରପ୍ରଦେଶରେ ଆକ୍ରମଣ କରିବା ନେଇ ଏକ ବଡ଼ ଷଡ଼ଯନ୍ତ୍ର କରିଥିଲେ, ଯାହାକୁ ଦିଲ୍ଲୀ ପୁଲିସ ପଣ୍ଡ କରି ଦେଇଛି ।

ସମ୍ବନ୍ଧିତ ଖବର