‘ବେଲୁନ୍‌ ବୋମା’ଦ୍ବାରା ଆକ୍ରମଣ କରିବାରୁ ଗାଜା ଉପରେ ବିମାନ ଆକ୍ରମଣ ଆରମ୍ଭ କଲା ଇଜ୍ରାଏଲ୍‌

ଜେରୁଜେଲମ୍‌: ପାଲେଷ୍ଟାଇନୀୟ ଆତଙ୍କବାଦୀମାନେ ଦକ୍ଷିଣ ଇଜ୍ରାଏଲ୍‌ରେ ‘ବେଲୁନ୍‌ ବୋମା’ ନିକ୍ଷେପ କରିବା ହେତୁ ଗତରାତିରେ ଇଜ୍ରାଲୀୟ ବାୟୁସେନା ଗାଜା ଷ୍ଟ୍ରିପ୍‌ ଉପରେ ବିମାନ ଆକ୍ରମଣ ଆରମ୍ଭ କରିଥିବା କଥା ନିରାପତ୍ତା ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ।

୧୧ ଦିନ ବ୍ୟାପୀ ଚାଲିଥିବା ତୁମୁଳ ସଂଘର୍ଷର ଅବସାନ ଘଟାଇ ମେ ୨୧ ତାରିଖ ଦିନ ଇଜ୍ରାଏଲ୍‌ ଏବଂ ଗାଜା ମଧ୍ୟରେ ଅସ୍ତ୍ରବିରତି ରାଜିନାମା ହେବା ପରେ ଗତରାତିର ‘ବେଲୁନ୍‌ ବ‌ୋମା’ ଏବଂ ‘ବିମାନ ଆକ୍ରମଣ’ ହେଉଛି ଅକସ୍ମାତ ଆରମ୍ଭ ହୋଇଥିବା ପ୍ରମୁଖ ହିଂସାକାଣ୍ଡ। ଉକ୍ତ ୧୧ଦିନିଆ ସଂଘର୍ଷରେ ୨୬୦ଜଣ ପାଲେଷ୍ଟାଇନୀୟ ନିହତ ହୋଇଥିବା କଥା ଗାଜା ସରକାରୀ କର୍ତ୍ତୃପକ୍ଷମାନେ କହିଥିଲେ। ଏଥିରେ ୧୩ଜଣ ଇଜ୍ରାଏଲୀୟ ନିହତ ହୋଇଥିବା କଥା ମଧ୍ୟ ଇଜ୍ରାଏଲ୍‌ ପୁଲିସ ଓ ସେନା ସୂଚନା ଦେଇଥିଲା।

Image Courtesy of India Today

ଦକ୍ଷିଣ ଗାଜା ସହର ପୂର୍ବାଞ୍ଚଳସ୍ଥିତ ଖାଁ ୟୁନେସ୍‌ ଅନ୍ତର୍ଗତ ଅନ୍ୟୂନ ଗୋଟିଏ ସ୍ଥାନରେ ଇଜ୍ରାଏଲୀର ବାୟୁସେନା ଆକ୍ରମଣ କରିଥିବା କଥା ପାଲେଷ୍ଟାଇନୀୟ ସୂତ୍ରରୁ ପ୍ରକାଶ। ଖାଁ ୟୁନେସ୍‌ରେ ଏକାଧିକ ବିସ୍ଫୋରଣ ଦେଖିଥିବା କଥା ଏକ ଆନ୍ତର୍ଜାତିକ ଗଣମାଧ୍ୟମର ଜଣେ ଫଟୋଗ୍ରାଫର ଦେଖିଥିବା କଥା କହିଛନ୍ତି।

‘ବେଲୁନ୍ ବୋମା’ ନିକ୍ଷେପଣର ଜବାବ ଦେବାକୁ ଯାଇ ‘ହମାସ୍ ଆତଙ୍କବାଦୀ ସଂଗଠନ’ର ସାମରିକ ପରିସର ଓ ଓ ସମ୍ମିଳନୀସ୍ଥଳ ଉପରେ ତା’ର (ଇଜ୍ରାଏଲ୍‌) ଲଢୁଆ ବିମାନ ସବୁ ଆକ୍ରମଣ କରିଥିବା କଥା ‘ଇଜ୍ରାଏଲୀୟ ପ୍ରତିରକ୍ଷା ବଳ’ କହିଛି।

ସମ୍ବନ୍ଧିତ ଖବର