ଯୁଦ୍ଧ କର ଆମେ ଅଛୁ ! ଆତଙ୍କବାଦ ବିରୋଧୀ ଯୁଦ୍ଧରେ ଭାରତକୁ ସମର୍ଥନ ଘୋଷଣା କଲା ଇସ୍ରାଏଲ

ନୂଆଦିଲ୍ଲୀ : ଆତଙ୍କବାଦ ବିରୋଧରେ ଭାରତକୁ ନିଃସର୍ତ୍ତ ସମର୍ଥନ ପ୍ରଦାନ କରିଛି ଇସ୍ରାଏଲ । ଭାରତରେ ଅବସ୍ଥାପିତ ଇସ୍ରାଏଲର ରାଷ୍ଟ୍ରଦୂତ ଡଃ ରୋନ ମାଲକା ଏହି ଘୋଷଣା କରିଛନ୍ତି । ପୁଲଓ୍ଵାମା ଆକ୍ରମଣପରେ ଇସ୍ରାଏଲ ପରି ଅତର୍କିତ ଆକ୍ରମଣ କରିବାକୁ ସରକାରଙ୍କ ଉପରେ ଚାପ ପଡୁଥିବାବେଳେ ଖୋଦ ଇସ୍ରାଏଲର ସମର୍ଥନ ମିଳିବାକୁ ବେଶ ଗୁରୁତ୍ୱ ଦିଆଯାଉଛି ।

ଭାରତ ନିଜକୁ ସୁରକ୍ଷା ଦେବା ପାଇଁ ଯାହା ଚାହିଁବ ସେପରି ଆମେ ଅସମୀତଭାବେ ସହାୟତା ପ୍ରଦାନ କରିବୁ । ଆତଙ୍କବାଦ ବିରୋଧୀ ଯୁଦ୍ଧ ବେଳେ ଆମେ ଆମର ବନ୍ଧୁରାଷ୍ଟ୍ର ଭାରତକୁ ସହାୟତା କରିବୁ, କାରଣ ଆତଙ୍କବାଦ କେବଳ ଭାରତ ବା ଇସ୍ରାଏଲର ନୁହେଁ ସାରା ଦୂନିଆର ଏକ ସମସ୍ୟା ବୋଲି ମାଲକା କହିଛନ୍ତି । ଡଃ ମାଲକା ନିଜେ ଇସ୍ରାଏଲ ଆର୍ମିର ଜଣେ କର୍ଣ୍ଣେଲ ରହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଭାରତ ଇସ୍ରାଏଲର ଏକ ଅତି ଗୁରୁତ୍ୱପୂର୍ଣ୍ଣ ବନ୍ଧୁ ଦେଶ । ଏଣୁ ଆମେ ଭାରତକୁ ସହାଯ୍ୟ କରିବୁ । ଏହା ପୂର୍ବରୁ ଋଷିଆ ମଧ୍ୟ ଭାରତକୁ ସହାୟତା ପ୍ରସ୍ତାବ ଦେଇଥିଲା ।

ସମ୍ବନ୍ଧିତ ଖବର