କର୍ମଚାରୀମାନଙ୍କୁ କ୍ଷମା ମାଗିଲେ ଟ୍ବିଟରର ପ୍ରତିଷ୍ଠାତା ଜ୍ୟାକ୍ ଦୋର୍ସେ

ନୂଆଦିଲ୍ଲୀ : ଟ୍ୱିଟର ଦ୍ବାରା ନିଜ କର୍ମଚାରୀଙ୍କ ବ୍ୟାପକ ଛଟେଇର ଦିନକ ପରେ ଏହାର ପ୍ରତିଷ୍ଠାତା ଜ୍ୟାକ୍ ଦୋର୍ସେ କମ୍ପାନୀର କର୍ମଚାରୀମାନଙ୍କୁ କ୍ଷମା ମାଗିଛନ୍ତି । ଟ୍ବିଟର କର୍ମଚାରୀମାନେ ଏପରି ଖରାପ ସ୍ଥିତିଥିବା ପାଇଁ ସେ ନିଜକୁ ଦାୟୀ କରିଛନ୍ତି ।

ଏକ ଟୁଇଟ କରି ସେ ଲେଖିଛନ୍ତି “ଟ୍ୱିଟରର ବର୍ତ୍ତମାନ ଓ ପୂର୍ବ କର୍ମଚାରୀମାନେ ଅବିଚଳିତ ଓ ମାନସିକଭାବେ ଶକ୍ତିଶାଳୀ । ଏହି ପରିସ୍ଥିତି ଯେତେ କଷ୍ଟକର ହେଉ ନା କାହିଁକି ସେମାନେ ନିଶ୍ଚିତ ଏହାର ଏକ ଉପାୟ ପାଇଯିବେ । ମୁଁ ଭାବୁଛି ଯେ ଅନେକ ମୋ ଉପରେ କ୍ରୋଧିତ । ଏହି ପରିସ୍ଥିତିରେ ସମସ୍ତେ କାହିଁକି ଅଛନ୍ତି ସେଥିପାଇଁ ମୋର ଦାୟିତ୍ୱ ଅଛି: ମୁଁ କମ୍ପାନୀର ଆକାରକୁ ବହୁତ ଶୀଘ୍ର ବଢାଇଲି । ଏଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ।“

ସୂଚନାଯୋଗ୍ୟ ଯେ, ଏଲନ ମସ୍କଙ୍କ ଦ୍ବାରା ଟ୍ବିଟର ଅଧିଗ୍ରହଣ ପରେ ଏହି ସୋସିଆଲ ମିଡିଆ କମ୍ପାନିର ମ୍ୟାନେଜମେଣ୍ଟ ଓ କାର୍ଯ୍ୟକାରିତାରେ ବ୍ୟାପକ ପରିବର୍ତ୍ତନ କରାଯାଉ । ଏବେ ସେ ସାରା ବିଶ୍ବରେ ଥିବା ଟ୍ବିଟର କର୍ମଚାରୀମାନଙ୍କୁ ଛଟେଇ କରିବାରେ ଲାଗିଛନ୍ତି । ଶୁକ୍ରବାରଦିନ ଭାରତରେ ଥିବା ଟ୍ବିଟରର ସମସ୍ତ ୧୮୦ କର୍ମଚାରୀ ସମେତ ବିଶ୍ବରେ ଟ୍ବିଟରର ପ୍ରାୟ ଅଧା କର୍ମଚାରୀଙ୍କୁ ବିଦା କରାଯାଇଥିଲା ।

ଗତ ମାସରେ ମସ୍କ ଟ୍ବିଟର ଅଧିଗ୍ରହଣ କରିବା ପରେ ପରେ ସିଇଓ ପରାଗ ଅଗ୍ରଓ୍ବାଲଙ୍କୁ ବିଦା କରିଦେଇଥିଲେ ।

 

 

ସମ୍ବନ୍ଧିତ ଖବର