ସେନା ତାଲିମ ବେଳେ ଜଣେ ଯବାନ ମୃତ, ୪ ଗୁରୁତର

ଚଣ୍ଡିଗଡ଼ : ପଞ୍ଜାବର ପଠାନକୋଟରେ ଚାଲିଥିବା ଭାରତୀୟ ସେନାର ଏକ ତାଲିମ କାର୍ୟ୍ୟକ୍ରମ ବେଳେ ପ୍ରତିକୂଳ ପାଗ ଯୋଗୁଁ ଜଣେ ଯବାନ ପ୍ରାଣ ହରାଇଛନ୍ତି । ଏହା ସହିତ ଆଉ ୪ ଜଣ ଯବାନଙ୍କ ଅବସ୍ଥା ଗୁରୁତର ରହିଛି ।

ମିଳିଥିବା ସୂଚନା ଅନୁସାରେ ପଠାନକୋଟର ମାମୁନ ମିଲିଟାରୀ ଷ୍ଟେସନଠାରେ ସେନାର ୯ କୋର୍ ପକ୍ଷରୁ ଏକ ତାଲିମ ଶିବିର ଆୟୋଜନ କରାଯାଇଥିଲା । ଏହି ତାଲିମ ଅଧିନରେ ଆଜି ଯବାନମାନଙ୍କୁ ନିଜର ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ଓଜନିଆ ଉପକରଣ ସହ ପ୍ରବଳ ଖରାରେ ୯ କିଲୋମିଟର ଦୌଡ଼ିବାକୁ କୁହାଯାଇଥିଲା । ପ୍ରବଳ ଗରମ ମଧ୍ୟରେ ସୈନ୍ୟମାନେ ଦୌଡୁଥିବାବେଳେ ଅଂଶୁଘାତ ଯୋଗୁଁ ୩୪ ଜଣ ଯବାନ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ଜଣ ଯବାନ ମୃତ୍ୟୁବରଣ କରିଥିବାବେଳେ ଆଉ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଅସୁସ୍ଥ ଯବାନମାନଙ୍କୁ ପଠାନକୋଟ୍ ମିଲିଟାରୀ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ବୋଲି ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର