ଝାଡ଼ଖଣ୍ଡରେ ସମସ୍ତ ୮୧ଟି ବିଧାନସଭା ଆସନରେ ଏକାକୀ ଲଢିବ ଜେଡିୟୁ !

ଜାମସେଦପୁର:ବିହାରରେ ଜେଡିୟୁ ବିଜେପି ସହିତ ମିଶି ମେଣ୍ଟ ସରକାର ଚଳାଉଛି। ମାତ୍ର ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରେ ଏଦୁଇ ଦଳ ମେଣ୍ଟ କରିନାହାନ୍ତି। ଏଣୁ ଜେଡିୟୁ ସମସ୍ତ ୮୧ଟି ବିଧାନସଭା ଆସନରେ ଏକାକୀ ଲଢିବା ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏକଥା ଝାଡ଼ଖଣ୍ଡର ଜେଡିୟୁ ପ୍ରଦେଶ ଅଧ୍ୟକ୍ଷ ସାଲ୍‌ଖାନ୍‌ ମୁର୍ମୁ କହିଛନ୍ତି। ତେବେ ଏଠାରେ କୌଣସି ରାଜନୈତିକ ଦଳ ସହ ମେଣ୍ଟ ହେବ କି ନା ସେଥିନେଇ ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାର ନିଷ୍ପତ୍ତି ନେବେ ବୋଲି ସାଲଖାନ୍‌ ମୁର୍ମୁ କହିଛନ୍ତି।

PHOTO-AVENUE MAIL

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ବିଜେପି ଝାଡ଼ଖଣ୍ଡରେ ମେଣ୍ଟ ପାଇଁ ରାଜି ହୁଏ,ତେବେ ଭଲ କଥା, ଅନ୍ୟଥା ଜେଡିୟୁ ଏଠାରେ ଏକାକୀ ବିଧାନସଭା ନିର୍ବାଚନ ଲଢିବ। ଗତକାଲି ପ୍ରଦେଶ ଅଧ୍ୟକ୍ଷ ସାଲ୍‌ଖାନ୍‌ ମୁର୍ମୁଙ୍କ ବାସଭବନରେ ଜେଡିୟୁର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଝାଡଖଣ୍ଡ ପ୍ରଦେଶ ଜେଡିୟୁର ଏସ୍‌ଟି ସେଲ ଅଧ୍ୟକ୍ଷ ସୋନାରାମ ସୋରେନ୍‌ ଉପାଧ୍ୟକ୍ଷ ହାରାଧନ ମାର୍ଡି ଓ ସାଲଖାନ୍‌ ମୁର୍ମୁ ପ୍ରମୁଖଙ୍କ ସମେତ କେତେକ ବରିଷ୍ଠ ନେତା ଯୋଗ ଦେଇଥିଲେ। ଏହି ବୈଠକ ଶେଷ ହେବା ପରେ ସାଲଖାନ୍‌ ଏଭଳି ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର