ନିଶା ସେବନ କରି ବିମାନକୁ ପ୍ରବେଶ କରିଥିବାରୁ ଦୁଇ ପାଇଲଟଙ୍କ ଲାଲସେନ୍ସ ରଦ୍ଦ କଲା ଜେଟ୍‌ ଏୟାରେଓ୍ଵଜ୍‌

ନୂଆଦିଲ୍ଲୀ: ବିମାନ ଚଳାଇବା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ କାମ । କାରଣ ବିମାନ ମଧ୍ୟରେ ଥିବା ଯାତ୍ରୀଙ୍କ ଜୀବନ ବିମାନ ଚାଳକ ଉପରେ ହିଁ ନିର୍ଭର କରିଥାଏ । ଯଦି ଚାଳକ ନିଜ କାର୍ଯ୍ୟରେ ଟିକେ ବି ହେଳା କରେ ତା’ହେଲେ ସମସ୍ତ ଯାତ୍ରୀଙ୍କ ଜୀବନ ବିପଦରରେ ପଡ଼ିବାର ସମ୍ଭାବନା ରହିଛି। ସେଭଳି ଏକ ଘଟଣା ଘଟିଛି ଜେଟ୍‌ ଏୟାରେଓ୍ଵଜ୍‌ ବିମାନରେ । ୨ଜଣ ପାଇଲଟ୍‌ ବିମାନ ଚଳାଇବା ପୂର୍ବରୁ ନିଶା ସେବନ କରିଥିବା ଜଣା ପଡ଼ିବା ପରେ ୩ ମାସ ପର୍ଯ୍ୟନ୍ତ ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିବା ଜଣାପଡ଼ିଛି । ଦୁଇ ଜଣଙ୍କ ମଧ୍ୟରୁ ଜଣେ କ୍ୟପ୍‌ଟେନ୍‌ ଥିବା ବେଳେ ଆଉ ଜଣେ କୋ-ପାଇଲଟ୍‌ ବୋଲି ଜଣା ପଡ଼ିଛି ।
ସୂଚନା ମୁତାବକ, ଜେଟ୍‌ ଏୟାରେଓ୍ଵଜ୍‌ ବିମାନ ଉଡ଼ାଣ ଭରିବା ପୂର୍ବରୁ ୨ପାଇଲଟ୍‌ଙ୍କର ପ୍ରି-ଫ୍ଲାଇଟ୍‌ ବ୍ରେଦ୍‌୍‌ ଆନାଲାଇଜର୍‌ ଟେଷ୍ଟ କରାଯାଇଥିଲା । ଏହି ଟେଷ୍ଟ ପରେ ଦୁଇ ଜଣ ନିଶାଗ୍ରସ୍ତ ବୋଲି ଜଣା ପଡ଼ିଥିଲା । ପ୍ରଥମ ଥର ପାଇଁ ଦୁଇ ପାଇଲଟ ଏଭଳି ଭୁଲ କରିଥିବାରୁ ମାତ୍ର ୩ ମାସ ପର୍ଯ୍ୟନ୍ତ ଲାଇସେନ୍ସ ରଦ୍ଦ କରାଯାଇଛି । ଯଦି ଏହି ଭୁଲ ସେମାନଙ୍କର ଦ୍ୱିତୀୟ ବା ତୃତୀୟ ଥର ହୋଇଥାଆନ୍ତା ତେବେ ନିୟମ ଅନୁଯାୟୀ ସେମାନଙ୍କର ଲାଇସେନ୍ସକୁ ୩ବର୍ଷ ବା ସବୁଦିନ ପାଇଁ ରଦ୍ଦ କରାଯାଇଥାଆନ୍ତା । କିନ୍ତୁ ସେମାନେ ଏଭଳି ଭୁଲ ପ୍ରଥମ ଥର କରିଥିବାରୁ ତାଙ୍କର ଲାଇସେନ୍ସକୁ ୩ ମାସ ପର୍ଯ୍ୟନ୍ତ ରଦ୍ଦ କରାଯାଇଥିବା ଜଣା ପଡ଼ିଛି ।

indiatimes.com

ଜେଟ୍‌ ଏୟାରେଓ୍ଵଜ୍‌ର ପ୍ରବକ୍ତାଙ୍କ କହିବା ଅନୁଯାୟୀ, “ଆମ ପାଇଁ ଯାତ୍ରୀଙ୍କୁ ସୁରକ୍ଷା ଦେବା ହେଉଛି ସବୁଠାରୁ ମୁଖ୍ୟ ପ୍ରସଙ୍ଗ । ସେଥିରେ କୌଣସି ତ୍ରୁଟି ହେଲେ ଆମେ ସହ୍ୟ କରିବୁ ନାହିଁ । ସେଥିପାଇଁ ଦୁଇ ପାଇଲଟ୍‌ଙ୍କ ଦୋଷ ଜଣା ପଡ଼ିବା ପରେ ତରନ୍ତୁ ସେମାନଙ୍କର ଲାଇସେନ୍ସ ରଦ୍ଦ କରାଯାଇଛି ।”
ଅନ୍ୟ ପକ୍ଷରେ ଦେଶ ମଧ୍ୟରେ ଚଳାଚଳ କରୁଥିବା ବିମାନର ପାଇଲଟମାନଙ୍କର ଉଡ଼ାଣ ପୂର୍ବରୁ ପ୍ରି-ଫ୍ଲାଇଟ୍‌ ବ୍ରେଦ୍‌ ଆନାଲାଇଜର୍‌ ଟେଷ୍ଟ କରାଯାଉଥିବା ବେଳେ ଦେଶ ବାହାରକୁ ଯାଉଥିବା ବିମାନର ପାଇଲଟ୍‌ମାନଙ୍କର ପୋଷ୍ଟ-ଫ୍ଲାଇଟ୍‌ ବ୍ରେଦ୍‌ ଆନାଲାଇଜର୍‌ ଟେଷ୍ଟ କରାଯାଇଥାଏ । କାରଣ ଦେଶ ବାହାରକୁ ଯାଉଥିବା ବିମାନରେ ନିଶା ଦ୍ରବ୍ୟ ଉପଲବ୍ଧ ରହିଥାଏ ।

ସମ୍ବନ୍ଧିତ ଖବର