ଓସ୍କାର ଦୌଡ଼ରେ ନୀଳମାଧବ ପଣ୍ଡାଙ୍କ ‘କାଲିର ଅତୀତ’

ଭୁବନେଶ୍ୱର: ଓଡ଼ିଶା ପାଇଁ ଖୁସି ଖବର। ସମ୍ମାନଜନକ ‘ଓସ୍କାର’ ଚଳଚ୍ଚିତ୍ର ପୁରସ୍କାର ଦୌଡ଼ରେ ସାମିଲ ହୋଇଛି ଓଡ଼ିଶାର ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କର ‘କାଲିର ଅତୀତ’।

ଏ ସଂପର୍କରେ ନିଜ ଟୁଇଟର ହ୍ୟାଣ୍ଡଲରେ ସୂଚନା ଦେଇ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା କହିଛନ୍ତି ଯେ ଚଳିତ ବର୍ଷର ଓସ୍କାର ପାଇଁ ସାଧାରଣ ପ୍ରବେଶ ବର୍ଗ ସମେତ ସର୍ବଶ୍ରେଷ୍ଠ ଚିତ୍ର, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ବର୍ଗ ପାଇଁ ‘କାଲିର ଅତୀତ’ ପୁରସ୍କାର ଦୌଡ଼ରେ ସାମିଲ ହୋଇଥିବାରୁ ମୁଁ ଅତ୍ୟନ୍ତ ଖୁସି ଅନୁଭବ କରୁଛି। ଏଥିପାଇଁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଚଳଚ୍ଚିତ୍ରଟି ବର୍ତ୍ତମାନ ଏକାଡେମି ସ୍କ୍ରିନିଂ ପାଇଁ ଉପଲବ୍ଧ ହେଉଛି ବୋଲି ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ (ଇଫି)ର ୫୧ତମ ସଂସ୍କରଣର ଭାରତୀୟ ପାନୋରାମା ବିଭାଗରେ  ପ୍ରଦର୍ଶିତ ହେବା ଲାଗି  ମନୋନୀତ ୨୩ଟି ଫିଚର ଫିଲ୍ମ ମଧ୍ୟରେ ସ୍ଥାନ ପାଇଥିଲା ‘କାଲିର ଅତୀତ’ ।

ସମ୍ବନ୍ଧିତ ଖବର