ରାଜନୀତିକୁ ଆସିବେ କଙ୍ଗନା: ୨୦୨୪ରେ ମଣ୍ଡିରୁ ନିର୍ବାଚନ ଲ‌ଢ଼ିବେ!

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ସକ୍ରିୟ ରାଜନୀତିକୁ ଆସିବେ ବୋଲି ଆଜି ଘୋଷଣା କରିଛନ୍ତି । କଙ୍ଗନା ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଯଦି ଲୋକେ ଚାହିବେ ତା’ହେଲେ ସେ ହିମାଚଳ ପ୍ରଦେଶର ମଣ୍ଡିରୁ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବେ। ରାଜନୀତିକୁ ଆସି ଦେଶର ବିକାଶରେ ସକ୍ରିୟ ଯୋଗଦାନ କରିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ବିଜେପି ଯଦି ତାଙ୍କୁ ଟିକଟ ଦିଏ ତା’ହେଲେ ସେ ଲୋକସଭା ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ବୋଲି କଙ୍ଗନା କହିଛନ୍ତି। ୨୦୧୪ ପରଠାରୁ ଦେଶରେ ଯେଉଁ ବିକାଶର ଧାରା ଜାରି ରହିଛି ଏବଂ ବିଶ୍ବରେ ଭାରତର ସମ୍ମାନ ଯେଭଳି ବଢ଼ିଛି ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତ୍ୟାଗ ଓ ନିଷ୍ଠାପର କାର୍ଯ୍ୟର ପରିଣାମ ବୋଲି କଙ୍ଗନା କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ‘ମହାପୁରୁଷ’ ବୋଲି ଦର୍ଶାଇ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ଟକ୍କର ଦେବାକୁ ଦେଶରେ ଏବେ ବିରୋଧୀ ଦଳରେ ସେଭଳି ଟାଣୁଆ ନେତା ନାହାନ୍ତି। ରାହୁଲ ଗାନ୍ଧି ଜଣେ ଦୁର୍ବଳ ପ୍ରତିଦ୍ବନ୍ଦ୍ବୀ ବୋଲି କଙ୍ଗନା କହିଛନ୍ତି।

ସମ୍ବନ୍ଧିତ ଖବର