ବାରାମୁଲ୍ଲାରେ ତନଖି କରୁଥିବା ପୁଲିସ୍ ଦଳ ଉପରେ ଅ‌ାତଙ୍କବାଦୀଙ୍କ ଆକ୍ରମଣ, ୨ସିଆରପିଏଫ ଯବାନଙ୍କ ସମେତ ଜଣେ ପୁଲିସକର୍ମୀ ସହିଦ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଜାରି ରହିଛି। ସୋମବାର ତନଖି କରୁଥିବା ସିଆରପିଏଫ ପୁଲିସ ଦଳ ଉପରେ ବାରାମୁଲ୍ଲା ଜିଲ୍ଲାର କ୍ରେରି ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ କରିଥିବା ଜଣା ପଡ଼ିଛି ​​| ଏହି ଆକ୍ରମଣରେ ଜଣେ ସ୍ୱତନ୍ତ୍ର ପୁଲିସ ଅଧିକାରୀ(ଏସପିଓ) ଏବଂ ଦୁଇ ଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି।

ଆକ୍ରମଣ ପରେ ଆତଙ୍କବାଦୀମାନେ ଖସିଯିବାରେ ସଫଳ ହୋଇଛନ୍ତି। ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି ଏବଂ ସର୍ଚ୍ଚ ଅପରେସନ ଜାରି ରହିଛି | ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ କ୍ରେରି ଅଞ୍ଚଳରେ ତନଖି କରୁଥିବା ସିଆରପିଏଫ ପୁଲିସ ଦଳ ଗାଡ଼ିରୁ ଓହ୍ଲାଇବା ପରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ।

सुरक्षाबलों के जवान (फाइल फोटो-PTI)
intoday

ଏହି ଗୁଳି ବିନିମୟରେ ସିଆରପିଏଫର ୧୧୯ ବାଟାଲିୟନର ଦୁଇଜଣ ଯବାନ ଆହତ ହୋଇଥିଲେ, କିନ୍ତୁ ପରେ ସେମାନଙ୍କର ମୃତ୍ୟୁ ଘଟିଛି।  ଏହା ବ୍ୟତୀତ ଜମ୍ମୁ-କଶ୍ମୀର ପୁଲିସର ଜଣେ ଅଧିକାରୀ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ଅର୍ଥାତ୍ ଏହି ଆତଙ୍କବାଦୀ ଆକ୍ରମଣରେ ତିନି ଜଣଙ୍କ ପ୍ରାଣ ଯାଇଛି।

ସମ୍ବନ୍ଧିତ ଖବର