ଦେଶରେ ଖଦି ମାସ୍କର ଚାହିଦା ବଢ଼ୁଛି

ନୂଆଦିଲ୍ଲୀ : ଖଦି ଏବଂ ଗ୍ରାମୋଦ୍ୟୋଗ କମିଶନ (କେଭିଆଇସି) ସଫଳତାର ସହ ଦୁଇସ୍ତର ବିଶିଷ୍ଟ ଖଦି ମାସ୍କ ବିକଶିତ କରିଛି ଏବଂ ବିପୁଳ ପରିମାଣରେ ଏହିଭଳି ମାସ୍କ ଯୋଗାଇ ଦେବାକୁ ବରାଦ ପାଇଛି।

ସୂଚନା ଅନୁସାରେ, ଏହି ସଫଳତା ଆଧାରରେ ଜମ୍ମୁ କଶ୍ମୀର ସରକାର ୭.୫ ଲକ୍ଷ ମାସ୍କ ଯୋଗାଇ ଦେବାପାଇଁ କେଭିଆଇସିକୁ ବରାଦ ଦେଇଛନ୍ତି। ଅପ୍ରେଲ ୨୦ ତାରିଖ ସୁଦ୍ଧା ସହକାରୀ ଉନ୍ନୟନ କମିଶନରଙ୍କୁ ଏହି ମାସ୍କ ଯୋଗାଇ ଦେବାପାଇଁ କୁହାଯାଇଛି। କପଡ଼ାରେ ତିଆରି ପୁନଃ ବ୍ୟବହାର ଯୋଗ୍ୟ ଏହି ମାସ୍କର ଲମ୍ବ ୭ ଇଞ୍ଚ ଏବଂ ଚଉଡା ୨ ଇଞ୍ଚ ସହିତ ତିନି ପ୍ଲେଟ୍ସ ଆଧାରିତ ହେବ ଏବଂ ବାନ୍ଧିବା ପାଇଁ ଚାରି କୋଣରେ ଚାରୋଟି ବାନ୍ଧୁଣୀ ରହିବ।

କେଭିଆଇସିର ଅଧ୍ୟକ୍ଷ ଭି. କେ. ସାକ୍ସେନା କହିଛନ୍ତି, ‘କେଭିଆଇସି ସ୍ୱତନ୍ତ୍ର ଭାବେ ଖଦି କପଡ଼ାରେ ଏହି ଦୁଇ ସ୍ତରୀୟ ମାସ୍କ ଉତ୍ପାଦନ କରୁଛି। ଦୁଇ ସ୍ତର ମଧ୍ୟରେ ୭୦ ପ୍ରତିଶତ ଆର୍ଦ୍ରତା ବଜାୟ ରଖିବା ସହିତ ସହଜରେ ବାୟୁ ଚଳାଚଳ କରିପାରିବ, ଏହା ସହଜରେ ଉପଲବ୍ଧ ହେବା ସହ ଅନ୍ୟାନ୍ୟ ମାସ୍କ ଅପେକ୍ଷା ବ୍ୟୟ ସାପେକ୍ଷ ହେବ।’

ସମ୍ବନ୍ଧିତ ଖବର