ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ: ଫୁଲବାଣୀ ସହ ଯୋଡ଼ିବାର ପ୍ରସ୍ତାବ ନାହିଁ

ନୂଆଦିଲ୍ଲୀ : ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନକୁ ପୁରୁଣା କଟକରୁ ଫୁଲବାଣୀ ସହ ଯୋଡ଼ିବାର କୌଣସି ପ୍ରସ୍ତାବ ନାହିଁ। ବୁଧବାର ଦିନ ଲୋକସଭାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବିଜେଡି ସାଂସଦ ଅଚ୍ୟୁତାନନ୍ଦ ସାମନ୍ତଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି। କନ୍ଧମାଳ ଜିଲ୍ଲାରେ ରେଳ ବ୍ୟବସ୍ଥା ସଂପର୍କରେ ମନ୍ତ୍ରୀଙ୍କ ସୂଚନା ହେଲା, ୨୭୦ କିମି ଗୋପାଳପୁର- ରେଢ଼ାଖୋଲ ନୂଆ ରେଳ ଲାଇନ ଯୋଜନା ହୋଇଛି। ଏହି ରେଳ ପ୍ରକଳ୍ପ କନ୍ଧମାଳ ଜିଲ୍ଲା ଦେଇ ଯିବ। ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହୋଇଛି ଓ ଅନ୍ୟାନ୍ୟ ଦିଗ ଉପରେ ତର୍ଜମା ଚାଲିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର