ନିରାଶା ଭିତରେ ଆସିଲା ଆଶାର ଝଲକ

ନୂଆଦିଲ୍ଲୀ: ମିଳିଛି ବିକ୍ରମର ସନ୍ଧାନ ଆଉ ଯୋଗାଯୋଗ ପାଇଁ ଇସ୍ରୋ ଆଶାବାଦୀ ହୋଇପଡିଛି । ଯଦି ଲାଣ୍ଡର ବିକ୍ରମ ସୁରକ୍ଷିତ ଭାବେ ଧୀର ଅବତରଣ କରିଥାଏ ଏବଂ କେବଳ ଯଦି ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ, ତେବେ ହୁଏତ ଯୋଗାଯୋଗ ପୁନଃସ୍ଥାପନର ସମ୍ଭାବନା ବି ରହିଛି । ଶେଷ ମୁହୂର୍ତରେ ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଇସ୍ରୋର ବୈଜ୍ଞାନିକମାନେ ମଦ୍ରିଦ ସ୍ଥିତ ନାସା ଡିପ୍ ସ୍ପେସ୍ ସେଂଟର ଓ ମରିସସ୍ ସ୍ଥିତ ଭାରତୀୟ ଷ୍ଟେସନରେ ବିକ୍ରମର ଲିଙ୍କ୍ ଖୋଜିଥିଲେ ।

କିନ୍ତୁ ସେଠାରୁ ମଧ୍ୟ ସେହି ସମାନ ସମୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । କାହିଁକି ଏହି ଘଟଣା ଘଟିଛି, ତାହା ଅନୁଧ୍ୟାନ କରାଯାଉଛି । କିନ୍ତୁ ପ୍ରାଥମିକ ସ୍ତରରେ ଜଣାପଡୁଛି, ଲାଣ୍ଡର ବିକ୍ରମର ଗତିକୁ କମ୍ କରିବା ପାଇଁ ହୋଇଥିବା ବ୍ୟବସ୍ଥାରେ କୌଣସି ତ୍ରୁଟିଦେଖାଯାଇ ଥାଇପାରେ ।

ଇସ୍ରୋର ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି, ତାଙ୍କ ପାଖରେ ସତ ଜାଣିବାପାଇଁ ଯଥେଷ୍ଟ ତଥ୍ୟ ରହିଛି ଏବଂ ବିଫଳତା ଅନୁଧ୍ୟାନ କମିଟି ଏହି ତଥ୍ୟ ସବୁକୁ ପରୀକ୍ଷାନିରୀକ୍ଷା କରୁଛି । ଉଲ୍ଲେଖଯୋଗ୍ୟ, ଗତ ଶନିବାର ରାତି ୧.୩୦ରୁ ୨.୩୦ ମିନିଟ୍‌ ମଧ୍ୟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ସୂକ୍ଷ୍ମ ଅବତରଣ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ‘ଲ୍ୟାଣ୍ଡର ବିକ୍ରମ’ ସହ ଇସ୍ରୋ ଯୋଗାଯୋଗ ବିଛିନ୍ନ ହୋଇଥିଲା।

ସମ୍ବନ୍ଧିତ ଖବର