କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ସ୍ଥଗିତ ହେଲା କୋଲକାତା ଫିଲ୍ମ ଫେଷ୍ଟିଭାଲ

କୋଲକାତା: ଦେଶରେ ଏବେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନାର ଗୋଟେ ପରେ ଗୋଟେ ନୂଆ ଭାରିଆଣ୍ଟ ଆସୁଥିବା ବେଳେ ଏବେ ଦେଶରେ ପୁଣି ଉପର ମୁହାଁ ହୋଇଛି ଆକ୍ରାନ୍ତଙ୍କ ସଂଖ୍ୟା। ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖି ଜାନୁଆରୀ ୭ରୁ ଆରମ୍ଭ ହେବାକୁ ଥିବା ୨୭ତମ କୋଲକାତା ଫିଲ୍ମ ଫେଷ୍ଟିଭାଲ (କେଆଇଏଫଏଫ)କୁ ପଶ୍ଚିମବଙ୍ଗ ସରକାର ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

କେଆଇଏଫଏଫ ଆୟୋଜକ କମିଟିର ସଭାପତି ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜ ଚକ୍ରବର୍ତ୍ତୀ ଏବଂ କେଆଇଏଫଏଫର ଜଣେ ସଦସ୍ୟ ତଥା ଅଭିନେତା ପରମବ୍ରତ ଚାଟାର୍ଜୀ ସଂକ୍ରମଣ ପାଇଁ ପଜିଟିଭ୍ ପରୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ରାଜ୍ୟରେ ବର୍ତ୍ତମାନର କରୋନା ସ୍ଥିତିର ମୂଲ୍ୟାଙ୍କନ କରିବା ପରେ ଏବଂ ଚଳଚ୍ଚିତ୍ର ମହୋତ୍ସବ କମିଟିରେ ଅନେକ ସିନେ ବ୍ୟକ୍ତିତ୍ୱ କରୋନା ଆକ୍ରାନ୍ତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ୭-୧୪ଜାନୁଆରି ୨୦୨୨ମଧ୍ୟରେ ହେବାକୁ ଥିବା ୨୭ତମ କୋଲକାତା ଫିଲ୍ମ ଫେଷ୍ଟିଭାଲକୁ ସାମୟିକ ଭାବରେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।

 

 

ସମ୍ବନ୍ଧିତ ଖବର