ଲାସ୍ ଭେଗାସ୍ ଗୁଳିକାଣ୍ଡ: ମାଣ୍ଡାଲେ ବେ’ କ୍ୟାସିନୋରେ ଅନ୍ୟୂନ ୫୦ ମୃତ,୧୦୦ ଆହତ

ଲସ୍‌ ଏଞ୍ଜେଲେସ୍‌: ସୋମବାର ପ୍ରତ୍ୟୁଷରେ ଲାସ୍ ଭେଗାସସ୍ଥିତ ବେ କ୍ୟାସିନୋରେ  ଜଣେ ସନ୍ଦିଗ୍ଧ ବନ୍ଧୁକଧାରୀଙ୍କ  ଗୁଳି ଚୋଟରେ  ୫୦ ଜଣ  ନିହତ ହେବା ସହ ୧୦୦ରୁ ଅଧିକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

ସହରର ପ୍ରସିଦ୍ଧ ମାଣ୍ଡାଲେ ବେ’ କ୍ୟାସିନୋରେ ହଠାତ୍ ଜଣେ ବନ୍ଧୁକଧାରୀ ପଶି ଆଖିବୁଜା ଗୁଳି ଚଳାଇବା ଅାରମ୍ଭ କରିଥିଲା। ଖବର ପାଇ ପୁଲିସ ଅନୁସନ୍ଧାନ ଆରମ୍ଭ କରିଛି ବୋଲି ଜଣେ ଡାକ୍ତରଖାନା ମୁଖପାତ୍ର କହିଛନ୍ତି।

ଟୁଇଟର୍‌ରେ ଲାସ୍ ଭେଗାସ୍ ପୁଲିସ କହିଛି: ମାଣ୍ଡାଲେ ବେ’ କ୍ୟାସିନୋ ଆଖପାଖରେ ଜଣେ ବନ୍ଧୁକଧାରୀ ଘଟାଇ ଥବା ଉନ୍ମତ୍ତ କାଣ୍ଡ ଉପରେ ଆମେ ତଦନ୍ତ କରୁଛୁ। ଏହି ଘଟଣାରେ ଜଣେ ପୁଲିସ ଅଧିକାରୀଙ୍କ ସମେତ କେତେକ ଲୋକ ବାହାର କଙ୍କ୍ରିଟ୍‌ ଚଟାଣରେ ଗୁଳି ଚୋଟରେ ଆହତ ହୋଇଛନ୍ତି ବୋଲି ଲାସ୍ ଭେଗାସର ସନ୍‌ ଖବରକାଗଜ ଲେଖିଛି।

ଆଉ ଜଣେ ଟୁଇଟର୍‌ ବ୍ୟବହାରକାରୀ ଲେଖିଛନ୍ତି ଯେ ମାଣ୍ଡାଲେ ବେ’ କ୍ୟାସିନୋକୁ ବନ୍ଦ କରିଦିଆଯାଇଛି। ଅନ୍ୟ ଜଣେ ଟୁଇଟ୍‌ କରିଛନ୍ତି ଯେ ଦୁଇଜଣ ବନ୍ଧୁକଧାରୀ ଜଣେ ଅଙ୍ଗରକ୍ଷୀଙ୍କୁ ହତ୍ୟା କରିଛନ୍ତି; ପୁଲିସ ହୋଟେଲ୍‌ର ୩୨ ତାଲାରେ ଅଛି।

ଅନେକ ଲୋକ ପ୍ରବଳ ଗୁଳିଫୁଟିବାର ଶବ୍ଦ ଶୁଣିଛନ୍ତି ବୋଲି କହିଛନ୍ତି। ଆକ୍ରମଣକାରୀଙ୍କୁ ଖୋଜିବାକୁ ପୁଲିସ ଦଳ ସେଠାରେ ତଲାସୀ ଚଳାଇଛନ୍ତି।

ସମ୍ବନ୍ଧିତ ଖବର