ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି ପରିଚାଳନା କରିପାରେ ଆଇନ ପ୍ରବେଶିକା ପରୀକ୍ଷା 

ନୂଆଦିଲ୍ଲୀ : ଆଇନ ଶିକ୍ଷାରେ ନାମଲେଖା ପାଇଁ ଅନୁଷ୍ଠିତ ହେଉଥିବା କମନ୍ ଲ ଆଡମିସନ ଟେଷ୍ଟ ବା ସିଏଲ୍‌ଏଟିକୁ  ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପରିଚାଳନା କରିବା ପାଇଁ ସୁପ୍ରିମକୋର୍ଟ ଇଚ୍ଛାପ୍ରକାଶ କରିଛନ୍ତି। ସିଏଲ୍‌ଏଟି ପରୀକ୍ଷା ପରିଚାଳନା‌େର ବୈଷୟିକ ତ୍ରୁଟି ଓ ବିସଙ୍ଗତି ରହିଥିବା ହୃଦ୍‌ବୋଧ କରି ଆଜି ସୁପ୍ରିମକୋର୍ଟର ବିଚାରପତି ଏସ୍‌ ଏ ବବ୍‌ଡ଼େଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ପରୀକ୍ଷା  ପରିଚାଳନା ଦାୟିତ୍ବ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିକୁ ନ୍ୟସ୍ତ କରିବାପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଆସନ୍ତାବର୍ଷ ମେ’ ୧୨ରେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ଓଡ଼ିଶା ଦ୍ବାରା ସିଏଲଏଟି-୨୦୧୯ ପରୀକ୍ଷୀ ପରିଚାଳନା କରିବା ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ହୋଇସାରିଛି। ଶିକ୍ଷାବିତ୍‌ ଶାମ୍‌ନାଦ୍‌ ବସିରଙ୍କ ଦ୍ବାରା ସିଏଲ୍‌ଏଟି ପରୀକ୍ଷା ପରିଚାଳନା ସ୍ଥାୟୀ ସଂସ୍ଥା ଦ୍ବାରା କରାଯିବାକୁ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ହୋଇଥିଲା। ସୁପ୍ରିମକୋର୍ଟ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ନ୍ୟାସନାଲ ଟେ‌ଷ୍ଟିଂ ଏଜେନ୍ସି  ଓ ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ ସହ ବିଚାରବିମର୍ଶ କରି ସେମାନଙ୍କ ସୁପାରିସ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବାପାଇଁ ଅନୁମତି ଦେଇଥିଲେ। ମାମଲାର ଶୁଣାଣି ୪ ସପ୍ତାହ ମଧ୍ୟରେ ହେବ ବୋଲି ଖଣ୍ଡପୀଠ କହିଛନ୍ତି।

ସମ୍ବନ୍ଧିତ ଖବର