ଦେଖନ୍ତୁ ଭିଡିଓ: ଗୁଜରାଟ ସେକ୍ରେଟାଏଟ୍‌ରେ ପଶିଛି କଲରାପତ୍ରିଆ ବାଘ

ଅହମଦାବାଦ: ସୋମବାର ପ୍ରତ୍ୟୁଷରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଥିବା ଗୁଜରାଟ ସଚିବାଳୟ ପରିସର ମଧ୍ୟକୁ ଗୋଟାଏ ବଣୁଆ କଲରାପତ୍ରିଆ ବାଘ ପଶି ଆସିଛି।

ରାଜ୍ୟ ସଚିବାଳୟରେ ରାତି ୨ଟା ବେଳେ ନିରାପତ୍ତା କର୍ମଚାରୀ ଯଶୋବନ୍ତଭାଇ ଏଇ ବଣୁଆ କଲରାପତ୍ରିଆକୁ ଦେଖି ଥିଲେ। ସିସିଟିଭି ଫୁଟେଜ୍‌ରେ ଦେଖା ଯାଉଛି କଲରାପତ୍ରିଆଟି ସଚିବାଳୟ ପରିସର ମଧ୍ୟକୁ ଗେଟ୍‌ ନମ୍ବର ୭ ତଳ ଦେଇ ପ୍ରବେଶ କରୁଛି।

ବନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ରାଜୀବ ଗୁପ୍ତ କହିଛନ୍ତି: ନିକଟବର୍ତ୍ତୀ ଜିଲ୍ଲାଗୁଡ଼ିକରୁ ବିଶେଷଜ୍ଞ ଦଳଗୁଡ଼ିକୁ ଡକା ଯାଇଛି, ପରିସର ମଧ୍ୟକୁ ଯନ୍ତ୍ରା ଏବଂ ଟ୍ରାଙ୍କ୍ୟୁଲାଇଜର୍‌ ବନ୍ଧୁକ ଆଣି ମହଜୁଦ ରଖାଯାଇଛି। ଗ୍ରିନ୍‌ ଗାର୍ଡଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ବନ ଅଧିକାରୀଙ୍କ ଯାଏଁ ୧୦୦ ରୁ ଅଧିକ ପରିସର ମଧ୍ୟରେ ଉପସ୍ଥିତ ଅଛନ୍ତି। ଗାନ୍ଧୀନଗର ଏବଂ ଏହାର ଚର୍ତୁପାଶ୍ୱରେ ବଣ୍ୟଜନ୍ତୁ ଅଛନ୍ତି ଏବଂ ସେମାନେ ରାତିରେ ୨୦ ରୁ ୨୫ କିଲୋମିଟର ଯାଏଁ ଚାଲି ଯାଇ ପାରନ୍ତି। ଏଇଟା ପ୍ରାକୃତିକ ବାସସ୍ଥାନରୁ ପଳାଇ ଆସିଥିବା କଲରାପତ୍ରିଆ ହୋଇଥିବ।

କଲରାପତ୍ରିଆଟି ଏବେ ମଧ୍ୟ ପରିସର ମଧ୍ୟରେ ଅଛି କି, ନାହିଁ ତାହା ଜାଣିବାକୁ ବନ ବିଭାଗ ଉଦ୍ୟମ କରୁଛି।

କୁହାଯାଉଛି କଲରାପତ୍ରିଆଟି ଇନ୍ଦ୍ରୋଦା ପାର୍କ ପାର୍ଶ୍ୱରୁ ଚାଲି ଆସିଛି।

ସମ୍ବନ୍ଧିତ ଖବର