‘ଆମ ସରକାର ଏମିତି ଶ୍ମଶାନ ତିଆରି କରିବ ଲୋକେ ମରିବା ପାଇଁ ଇଚ୍ଛା କରିବେ’, ଏଭଳି ଅଜବ ପ୍ରତିଶ୍ରୁତି ଦେଇ ଭୋଟ୍‌ ମାଗିଲେ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଗାମୀ ପର୍ଯ୍ୟାୟ ପାଇଁ ନେତାମାନେ ନିଜ ନିଜର ପ୍ରଚାର କରିବା ଆରମ୍ଭ କରି ଦେଇଛନ୍ତି । ଲୋକମାନଙ୍କୁ ଭିନ୍ନ ଭିନ୍ନ ପ୍ରତିଶ୍ରୁତି ଦେଇ ଭୋଟ୍‌ ଆଣିବା ପାଇଁ ସବୁ ଦଳ ଚେଷ୍ଟା କରୁଥିବା ବେଳେ ଜଣେ କଂଗ୍ରେସ ବିଧାୟକଙ୍କ ପ୍ରତିଶ୍ରୁତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କଂଗ୍ରେସ ବିଧାୟକ ଅମ୍ରିନ୍ଦର ରାଜା ଓ୍ଵାରିଙ୍ଗ ମତଦାତାମାନଙ୍କୁ ଅଜବ ପ୍ରତିଶ୍ରୁତି ଦେଇ ଏବେ ଚର୍ଚ୍ଚାରେ ରହିଛନ୍ତି ।

oneindia.com

ଫରିଦ୍‌କୋଟ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଥିବା ମହମ୍ମଦ ଶଦୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବାକୁ ଯାଇଥିବା ଅମ୍ରିନ୍ଦର ରାଜା ଓ୍ଵାରିଙ୍ଗ ଜନସଭାକୁ ସମ୍ବୋଧନ କରି, ଅକାଳୀ ଦଳ ଶ୍ମଶାନ ଉପରେ କେବେ ହେଲେ ଧ୍ୟାନ ଦେଇ ନାହିଁ । କିନ୍ତୁ ଆଗାମୀ ଦିନରେ ଆମ ସରକାର ଶ୍ମଶାନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବ । ଏଭଳି ଶ୍ମଶାନ ତିଆରି କରାଯିବ କି ୮୦ବର୍ଷୀୟ ବୃଦ୍ଧଙ୍କ ମନ ହେବ ତାଙ୍କର ମୃତ୍ୟୁ ହେଉ ଏବଂ ଅନ୍ତିମ ସଂସ୍କାର ପାଇଁ ସେ ଆମେ ତିଆରି କରିଥିବା ଶ୍ମଶାନକୁ ଯାଆନ୍ତୁ ବୋଲି କହିଥିଲେ କଂଗ୍ରେସ ବିଧାୟକ ଅମ୍ରିନ୍ଦର ରାଜା ଓ୍ଵାରିଙ୍ଗ । ତାଙ୍କର ଏଭଳି ପ୍ରତିଶ୍ରୁତି ବିପକ୍ଷ ଦଳକୁ ସମାଲୋଚନା କରିବାର ଆଉ ଏକ ଖୋରାକ ଯୋଗାଇଛି ।

ସମ୍ବନ୍ଧିତ ଖବର