ମଧ୍ୟପ୍ରଦେଶରେ ମେ’ ୧୫ପର୍ଯ୍ୟନ୍ତ ବଢ଼ିଲା ଜନତା କର୍ଫ୍ୟୁ ଅବଧି, ବିବାହ ସ୍ଥଗିତ ରଖିବାକୁ କହିଲେ ମୁଖ୍ୟମନ୍ତ୍ରୀ

ଭୋପାଳ: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ପାଇଁ ମଧ୍ୟପ୍ରଦେଶ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି | ପୂର୍ବରୁ ଲାଗୁ କରାଯାଇଥିବା ଜନତା କର୍ଫ୍ୟୁର ଅବଧିକୁ ବଢ଼ାଇଛନ୍ତି ସରକାର | ଏବେ ମେ’ ୧୫ପର୍ଯ୍ୟନ୍ତ ମଧ୍ୟପ୍ରଦେଶରେ ଜନତା କର୍ଫ୍ୟୁ ଲାଗୁ ହେବ | ଜନତା କର୍ଫ୍ୟୁ ଲାଗୁ କରାଯିବ ପରଠାରୁ ରାଜ୍ୟରେ ସଂକ୍ରମଣ କମୁଥିବା ବେଳେ ଏହାକୁ ଆହୁରି କମ କରିବା ପାଇଁ ଜନତା କର୍ଫ୍ୟୁର ଅବଧିକୁ ବଢ଼ାଇଛନ୍ତି ସରକାର | ଏହା ସହ ଏହି ସମୟ ମଧ୍ୟରେ କୌଣସି ବିବାହ କାର୍ଯ୍ୟ ନକରିବା ପାଇଁ ରାଜ୍ୟବାସୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ |

ସେ କହିଛନ୍ତ ଯେ, ରାଜ୍ୟ ପୂର୍ବରୁ ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ଦେଶରେ ସପ୍ତମ ସ୍ଥାନରେ ଥିବା ବେଳେ ଏବେ ଶକ୍ତ କରୋନା କଟକଣା ପାଇଁ ଆମେ ୧୪ନମ୍ବରରେ ରହିଛେ | ପୂର୍ବରୁ ପଜିଟିଭ ହାର ୨୫ପ୍ରତିଶତ ଥିବା ବେଳେ ଏବେ ଏହା ୧୮କୁ ଖସିଛି | ଏହା ସହ ସୁସ୍ଥତା ହାର ଏବେ ରାଜ୍ୟରେ ୮୫.୧୩ ପ୍ରତିଶତ ରହିଛି | ତେବେ ସ୍ଥିତିକୁ ଆହୁରି ଭଲ କରିବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ମେ’ ୧୫ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକଳାପ ବନ୍ଦ କରନ୍ତୁ। ଜନତା କର୍ଫ୍ୟୁକୁ କଡାକଡି ପାଳନ କରିବା ଜରୁରୀ ଅଟେ। ମୁଁ ଚାହୁଁଛି ଆଗାମୀ ଦିନରେ ସାଧାରଣ ଜୀବନ ଆରମ୍ଭ ହେଉ ଯେଉଁଥିପାଇଁ ଆମକୁ କିଛି ଦିନ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ |

Corona curfew extended in Madhya Pradesh's Bhopal till May 10 | Hindustan  Times
Hindustan Times

ଏହା ସହ ସେ ବିବାହ କାର୍ଯ୍ୟକୁ ସ୍ଥଗିତ ରଖିବାକୁ କହିଛନ୍ତି, କାରଣ ଏହି ସବୁ କାର୍ଯ୍ୟରେ ସଂକ୍ରମଣ ବଢିବାର ଆଶଙ୍କା ରହିଥାଏ |

ସମ୍ବନ୍ଧିତ ଖବର