ରାମ ମନ୍ଦିର ନିର୍ମାଣ ଆରମ୍ଭ ନହେବା ଦ୍ୱାରା ବିଜେପିର ହେବ କ୍ଷତି: ମହନ୍ତ ନୃତ୍ୟ ଗୋପାଳ ଦାସ

ଅଯୋଧ୍ୟା: ରାମ ଜନ୍ମଭୂମି ଓ କୃଷ୍ଣ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ବିଜେପିକୁ କଡ଼ା ଚେତାବନୀ ଦେଇ କହିଛନ୍ତି, ଯଦି କେନ୍ଦ୍ର ସରକାର ଖୁବ ଶୀଘ୍ର ରାମ ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ ନକରନ୍ତି, ତାହେଲେ ବିଜେପିକୁ ନିର୍ବାଚନରେ କ୍ଷତି ପହଞ୍ଚାଇ ପାରେ। ମୋଦି ସରକାରକୁ ଶନିବାର ୪ ବର୍ଷ ପୂରା ହେବା ଅବସରରେ ସେ ଏହା କହିଛନ୍ତି। ନ୍ୟାସ ଅଧ୍ୟକ୍ଷ ସରକାରଙ୍କ ନିକଟରେ ଅପିଲ କରି କହିଛନ୍ତି କେନ୍ଦ୍ର ସରକାର ଶୀଘ୍ର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଦରକାର।

ଗଣମାଧ୍ୟମର ପ୍ରତିନିଧିଙ୍କ ସହିତ ଆଲୋଚନା ବେଳେ ମହନ୍ତ କହିଛନ୍ତି, ଏବେ ବି ସମୟ ଅଛି, ଯଦି ସରକାର ଏବେ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ ନକରନ୍ତି ଏହା ଦ୍ୱାରା ବିଜେପି କ୍ଷତି ହେବ। ସେ କହିଛନ୍ତି, ଦେଶର ଜନତା ଓ ସନ୍ଥ ଧର୍ମାଚାର୍ଯ୍ୟ କେନ୍ଦ୍ର ସରକାରକୁ ରାମ ମନ୍ଦିର ନିର୍ମାଣ ପାଇଁ କ୍ଷମତାର ଶୀର୍ଷକୁ ପଠାଇଛନ୍ତି। ଏଥି ପାଇଁ ଏହି କର୍ତ୍ତବ୍ୟ ସମସ୍ତଙ୍କ ଭାବନାକୁ ସମ୍ମାନ କରି ସରକାର ଶୀଘ୍ର ରାମମନ୍ଦିର ନିର୍ମାଣ ଆରମ୍ଭ କରିବା ଦରକାର।

ସରକାରଙ୍କ ଯୋଜନା ଉପରେ ନ୍ୟାସର ଅଧ୍ୟକ୍ଷ କହିଛନ୍ତି, ଅଯୋଧ୍ୟାର ବିକାଶ ପାଇଁ ସରକାର ବିସ୍ତତ ଯୋଜନା ପ୍ରସ୍ତୁତ କରୁଛନ୍ତି। ହେଲେ ପର୍ଯ୍ୟଟକ ଚାହୁଁଛନ୍ତି, ଆହୁରି ବିକାଶ କାମ ହେଉ। ସରକାରଙ୍କ ଯୋଜନା ତୃଣମୂଳ ସ୍ତରରେ ହେବା ଦରକାର। ଏହା ହେବା ଦ୍ୱାରା ଆମର ଉପଲବ୍ଧି ସାର୍ଥକ ହୋଇ ପାରିବ।

ସମ୍ବନ୍ଧିତ ଖବର