ମହାରାଷ୍ଟ୍ର କରୋନା ମୃତ୍ୟୁରେ ୩୫% ବୃଦ୍ଧି, ଛୋଟ ସହରରେ ବଢ଼ୁଛି କରୋନା ମୃତ୍ୟୁ

ମୁମ୍ବାଇ : ମହାରାଷ୍ଟ୍ର କରୋନା ମୃତ୍ୟୁରେ ଗତକାଲି ୩୫ ପ୍ରତିଶତ ବୃଦ୍ଧି ହୋଇଛି। ରାଜ୍ୟରେ ଗତକାଲି ସର୍ବାଧିକ ୭୭୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଗୁରୁବାର ଦିନ ୫୬୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା। ମୁମ୍ବାଇରେ ୭୨ କରୋନା ମୃତ୍ୟୁ ହୋଇଛି। ତେବେ ସରକାରୀ ଅଧିକାରୀମାନେ କହିଛନ୍ତି, ସୋଲାପୁର, ୟବତମାଲ୍‌, ସତରା ପରି ଛୋଟ ସହରମାନଙ୍କରେ କରୋନା ମୃତ୍ୟୁ ବଢ଼ୁଛି। ସୋଲାପୁର ଜିଲ୍ଲାରେ ଶୁକ୍ରବାର ୫୭ କ‌ରୋନା ମୃତ୍ୟୁ ହୋଇଥିବା ବେଳେ ୟବତମାଲ୍‌ରେ ୭୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଚଳିତ ମାସରେ ରାଜ୍ୟରେ ୮,୩୦୦ରୁ ଅଧିକ କରୋନା ମୃତ୍ୟୁ ହୋଇଛି। ଯଦି ଲଗାତାର ଭାବେ ମୃତ୍ୟୁ ବଢ଼ିଚାଲେ ତେବେ ଗତ ସେପ୍ଟେମ୍ବରର ରେକର୍ଡକୁ ଚଳିତ ରେକର୍ଡ ଭାଙ୍ଗିଦେବ। ମହାରାଷ୍ଟ୍ରରେ ଗତକାଲି ୬୬,୮୩୬ ମାମଲା ଚିହ୍ନଟ ହୋଇଥିବା ବେଳେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪୧.୬ ଲକ୍ଷକୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ କରୋନା ମୃତ୍ୟୁସଂଖ୍ୟା ୬୩,୨୫୨କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ମୁମ୍ବାଇରେ କରୋନା ମୃତ୍ୟୁସଂଖ୍ୟା ୧୨,୬୫୫କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର