‘ମହେଶଙ୍କ ନିର୍ଦେଶନାରେ କାମ କରିବା ସହଜ ନୁହଁ’

ମୁମ୍ବାଇ: ମହେଶ ଭଟ୍ଟଙ୍କୁ ବାପା ହିସାବରେ ଜାଣିଛି। ତେବେ ସିନେମା ନିର୍ଦେଶକ ଭାବେ ତାଙ୍କ ସହ ପ୍ରଥମ ଥର ପାଇଁ ଅଭିନୟ କରିବି। ତେଣୁ ନିର୍ଦେଶକ ଭାବେ ତାଙ୍କ ସହ କାମ କରିବା ଏତେ ସହଜ ନୁହଁ ବୋଲି ଆଲିଆ ଭଟ୍ଟ କହିଛନ୍ତି। ସୂଚନା ଥାଉକି, ମହେଶ ଦୀର୍ଘ ୨୦ ବର୍ଷର ବ୍ୟବଧାନ ପରେ ପୁଣି ନିର୍ଦେଶକ ଭାବେ ‘ସଡକ-୨’ରେ କାର୍ଯ୍ୟ କରିବେ। ନିର୍ଦେଶନା କ୍ଷେତ୍ରକୁ ଫେରିବାକୁ ସଞ୍ଜୟ ଦତ୍ତ ତାଙ୍କ ବାପାଙ୍କୁ ରାଜି କରାଇବାରେ ସଫଳ ହୋଇଛନ୍ତି ବୋଲି ଆଲିଆ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର