ଆସନ୍ତାକାଲିଠାରୁ ପ୍ରଶାନ୍ତ ମହାସାଗରରେ ଆରମ୍ଭ ହେଉଛି ଭାରତ-ଆମେରିକା-ଜାପାନ ମିଳିତ ସମରାଭ୍ୟାସ ମାଲାବାର

ନୂଆଦିଲ୍ଲୀ : ଆସନ୍ତା କାଲିଠାରୁ ଜାପାନ ଉପକୂଳରେ ଆରମ୍ଭ ହେବାକୁ ଯାଉଛି ଭାରତ, ଜାପାନ ଓ ଆମେରିକା ମିଳିତ ଯୁଦ୍ଧାଭ୍ୟାସ ମାଲାବାରର ୨୩ ତମ ସଂସ୍କରଣ । ଏହା ଆସନ୍ତା ଅକ୍ଟୋବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଅନ୍ୟପକ୍ଷରେ ନ୍ୟୁୟର୍କଠାରେ  ଭାରତ,ଜାପାନ, ଆମେରିକା ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ କ୍ବାଡ୍ ମେଣ୍ଟର ଏକ ବୈଠକ ଅନୁଷ୍ଠିତ ହୋଉଛି । ଏହାକୁ ନେଇ ଚୀନ ଅସନ୍ତୋଷ ପ୍ରକାଶ କରିଛି ।

ଏହି ଯୁଦ୍ଧାଭ୍ୟାସରେ ଭାଗନେବା ପାଇଁ କମାଣ୍ଡିଂ ଇଷ୍ଟର୍ଣ୍ଣ ଫ୍ଲିଟର ଫ୍ଲାଗ ଅଫିସର ରିଅର ଆଡମିରାଲ ସୁରଜ ବେରୀଙ୍କ ସହିତ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦୁଇଟି ପ୍ରମୁଖ ଭାରତୀୟ ନୌଜାହାଜ-ବହୁବିଧ କ୍ଷେପଣାସ୍ତ୍ର ପ୍ରକ୍ଷେପଣ କ୍ଷମତା ବିଶିଷ୍ଟ ସହ୍ୟାଦ୍ରି ଏବଂ ଏଏସଡବ୍ଲୁ କର୍ଭେଟ କିଲଟନ ସାସେବୋରେ ପହଞ୍ଚିଛନ୍ତି । ଏହି ନୌଜାହାଜ ମାନଙ୍କ ସହ ପି୮ଆଇ ଦୂରଗାମୀ ସାମୁଦ୍ରିକ ପାଟ୍ରୋଲ ବାୟୁଯାନ ମଧ୍ୟ ଯୁଦ୍ଧାଭ୍ୟାସରେ ଭାଗନେବା ପାଇଁ ଜାପାନରେ ପହଞ୍ଚିଛି । ଆମେରିକୀୟ ନୌସେନାରେ ସାମିଲ ରହିଛି ୟୁଏସଏସ ମ୍ୟାକ କ୍ୟାମ୍ପବେଲ ବୁଡାଜାହାଜ ଏବଂ ପି୮ଏ ଦୂରଗାମୀ ସାମୁଦ୍ରିକ ପାଟ୍ରୋଲ ବାୟୁଯାନ । ଇଜୁମୋକ୍ଲାସ ହେଲିକପ୍ଟର ବିଧ୍ୱଂସକ ଜେଏସ କାଗା, କ୍ଷେପଣାସ୍ତ୍ର ବିଧ୍ୱଂସକ ଜେଏସ ସାମିଦାରେ ଓ ଚୌକାଇ ଏବଂ ପି୧ ଦୂରଗାମୀ ସାମୁଦ୍ରିକ ପାଟ୍ରୋଲ ବାୟୁଯାନ ମଧ୍ୟ ଯୁଦ୍ଧାଭ୍ୟାସରେ ଭାଗନେବ ।

ସମ୍ବନ୍ଧିତ ଖବର