ବାଂଲାଦେଶ-ଭୁଟାନ ସହ ଡ୍ରଗ୍ସ ମାଫିଆ ସେକ୍‌ ରାଜାର ସଂପର୍କ ଥିବା ସନ୍ଦେହ କରାଯାଉଛି: କ୍ରାଇମବ୍ରାଞ୍ଚ ଏସ୍‌ପି

ଭୁବନେଶ୍ୱର: ଡ୍ରଗ୍ସ ମାଫିଆ ସେକ୍‌ ରାଜାର ଅନ୍ତର୍ଜାତୀୟ ବଜାର ସହିତ ସଂପର୍କ ଥିବା ସନ୍ଦେହ କରାଯାଉଛି। ରାଜା ବାଂଲାଦେଶ ଓ ଭୁଟାନ ସହ ଲିଙ୍କ ରଖିଥିବା ସୁରାକ ମିଳିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି (କ୍ରାଇମବ୍ରାଞ୍ଚ) ପିକେ ଭୋଇ ବୁଧବାର ସୂଚନା ଦେଇଛନ୍ତି। ରାଜାକୁ ରିମାଣ୍ଡରେ ନେଇ ପଚରାଉଚରା କରିବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିଛି ବୋଲି ଏସ୍‌ପି କହିଛନ୍ତି।

ଘଟଣାର ପର୍ଦ୍ଦାଫାଶ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ବାଂଲାଦେଶ ଓ ଭୁଟାନ ଯାଇପାରେ। ଏସ୍‌ପି କହିଛନ୍ତି, ରାଜାର ବହୁ ପରିମାଣରେ ସଂପତ୍ତି ଠାବ କରାଯାଇଛି। ଏଥିରେ ବିପୁଳ ଟଙ୍କା, ବହୁତଳ ପ୍ରାସାଦ ଓ ବନ୍ଧୁକ ସାମିଲ ଅଛି।

ସୂଚନାଯୋଗ୍ୟ କୁଖ୍ୟାତ ଡ୍ରଗ୍ସ ମାଫିଆ ସେକ୍‌ ରାଜାକୁ ଏସ୍‌ଟିଏଫ ନିକଟରେ ଗିରଫ କରିଥିଲା। ସେ ବାଲେଶ୍ୱରରୁ ରାଜଧାନୀ ଭୁବନେଶ୍ୱର ଓ ରାଜ୍ୟ ବାହାରକୁ ଧଳାଜହର ଚାଲାଣ କରୁଥିଲା। ଧଳାଜହର ବିକ୍ରିକରି ରାଜା ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲା। ଏହି ଅପରାଧିକ ଧନ୍ଦାରେ ରାଜାକୁ ଏକ ଟିମ୍‌ ସହଯୋଗ କରୁଥିଲା।

ସମ୍ବନ୍ଧିତ ଖବର