୧୩ବର୍ଷ ବୟସରେ ବିସ୍ଫୋରଣରେ ଦୁଇଟି ହାତ ହରାଇ ସମାଜ ପାଇଁ ଉଦାହରଣ ପାଲଟିଥିବା ଏହି ମହିଳାଙ୍କ ଜୀବନ ଯାତ୍ରା ସମ୍ପର୍କରେ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ ସାଇନ୍‌ ଅଫ୍‌ କରିଛନ୍ତି। ଆଜି ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସେ ତାଙ୍କ ଆକାଉଣ୍ଟର ଦାୟିତ୍ୱ ଦେଶର ସାତଜଣ ସଫଳ ମହିଳାଙ୍କୁ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆକାଉଣ୍ଟରେ ଆଜି ଦିନତମାମ ସେମାନେ ନିଜ ନିଜର ଜୀବନଯାତ୍ରାର କାହାଣୀ ସେୟାର୍‌ କରିବେ। ଏହି ମହିଳାମାନଙ୍କ ମଧ୍ୟରେ ମାଲବିକା ଅୟର୍‌ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଟୁଇଟର ଆକାଉଣ୍ଟରୁ ଟୁଇଟ କରିଥିଲେ । ତେବେ ଆସନ୍ତୁ ଜାଣିବା ସୁପର ଉଇମେନ୍‌ କୁହାଯାଉଥିବା ମାଲବିକା ଅୟର୍‌ଙ୍କ ଜୀବନ ଯାତ୍ରା ବିଷୟରେ..

Image result for malvika-ayyer-bomb-blast-victim-motivational-speaker
The Better India

ମାଲବିକା ଅୟର୍‌ଙ୍କୁ ୧୩ବର୍ଷ ବୟସ ହୋଇଥିବା ବେଳେ ଏକ ଗ୍ରେନେଡ ବିସ୍ଫୋରଣରେ ତାଙ୍କର ଦୁଇ ହାତ ନଷ୍ଟ ହୋଇଯାଇଥିଲା। ଏହି ଘଟଣାରେ ତାଙ୍କ ଜୀବନ ମଧ୍ୟ ଚାଲିଯିବାର ଅନେକ ସମ୍ଭାବନା ରହିଥିଲା । ଚିକିତ୍ସା ପାଇଁ ଚେନ୍ନାଇ ହସ୍‌ପିଟାଲ୍‌ରେ ଦୁଇବର୍ଷ ରହିବାକୁ ପଡ଼ିଥିଲା ତାଙ୍କୁ। ଏଠାରୁ ନୂତନ ଜୀବନ ପାଇବା ପରେ ମାଲବିକା ଜୀବନକୁ ନୂଆ କରି ବଞ୍ଚିବା ଶିଖିଲେ । ଏହି ଦୁର୍ଘଟଣା ପରେ ମାଲବିକା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହେଲେ । ନିଜ ଇଚ୍ଛାଶକ୍ତି ବଳରେ ମାଲବିକା ଅସହାୟ ଓ ଦିବ୍ୟାଙ୍ଗଙ୍କୁ ସହାୟତାର ହାତ ବଢାଇଛନ୍ତି । ମାଲବିକା ନିଜ ସାହସ ଓ ଧୈର୍ଯ୍ୟ ବଳରେ ଭାଗ୍ୟକୁ ନିଜ ହାତରେ ଲେଖି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ।

 

ଏପରିକି ମାଲବିକା ଅୟର ଅନ୍ତରାଷ୍ଟ୍ରୀୟ ମୋଟିଭେଶନଲ ସ୍ପିକର ଓ ଡିସଆବିଲିଟି ଆକ୍ଟିବିସ୍‌ଟ ମଧ୍ୟ ଅଟନ୍ତି। ମାଲବିକା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ନାରୀ ଶକ୍ତି ପୁରସ୍କାର-୨୦୧୭ ପୁରସ୍କାରରେ ସମ୍ମାନୀତ ହୋଇଥିଲେ। ସେ ଅର୍ଥଶାସ୍ତ୍ରରେ ଡିଗ୍ରୀ ହାସଲ କରିଛନ୍ତି । ଦିଲ୍ଲୀରେ ସାମାଜିକ କାର୍ଯ୍ୟରେ ମାଷ୍ଟର ମଧ୍ୟ କରିଛନ୍ତି ।

Image result for malvika-ayyer-bomb-blast-victim-motivational-speaker
India.com

ମାଲବିକା ଏକ ଟୁଇଟରରେ ସୂଚନା ଦେଇଥିଲେ କି, ସେ ଦୁଇଟି ହାତ ହରାଇବା ପରେ ପ୍ରଥମଥର ଖାଦ୍ୟ ପ୍ରସ୍ତୁତ କରିଥିଲେ। ଆଉ ଏହି ଖାଦ୍ୟକୁ ନାମୀଦାମୀ ସେଫ୍‌ ବିକାଶ ଖନ୍ନା ବି ବହୁ ପସନ୍ଦ କରିଥିଲେ।

ସମ୍ବନ୍ଧିତ ଖବର