ଯଦି ୨୦୨୪ରେ ମୋଦୀଙ୍କୁ ହରାଇବାକୁ ଚାଁହୁଛ ତେବେ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଜିତିବାକୁ ପଡିବ: ମମତା

କୋଲକାତା: ସୋମବାର ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଯଦି ୨୦୨୪ ମସିହାରେ ଭାରତୀୟ ଜନତା ପାର୍ଟି (ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ ସରକାର) କୁ ବିଦା କରିବାକୁ ଚାହୁଁଛନ୍ତି ତେବେ ସମାଜବାଦୀ ପାର୍ଟି (ଏସପି) ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ପରି ଆଞ୍ଚଳିକ ଦଳଙ୍କୁ ଭୋଟ୍ ଦେବାକୁ ପଡିବ। ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଏହି ଦୁଇଟି ଦଳ ଜିତିଲେ ହିଁ ଏନଡିଏ ସରକାରକୁ ବିଦା କରାଯାଇପାରିବ | ବାନାର୍ଜୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ବିଜେପି ବିରୋଧରେ ଆଞ୍ଚଳିକ ଦଳ ଗଠନ ପାଇଁ କଂଗ୍ରେସ ଉପରେ ସେ ନିର୍ଭରଶୀଳ ନୁହଁନ୍ତି। ଆଞ୍ଚଳିକ ଦଳ ସହ କଂଗ୍ରେସର ଭଲ ସମ୍ପର୍କ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସେ ଏସପି ନେତା ଅଖିଳେଶ ଯାଦବଙ୍କୁ କାହିଁକି ସମର୍ଥନ କରୁଛନ୍ତି ବୋଲି ବର୍ଣ୍ଣନା କରି ବାନାର୍ଜୀ କହିଛନ୍ତି ଯେ “ଯୋଗୀ (ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ) ନିର୍ବାଚନ ସମୟରେ ପ୍ରଚାର କରିବାକୁ ଏଠାକୁ ଆସିଥିଲେ। ନିର୍ବାଚନ ଲଢ଼ିବା ପାଇଁ ମୁଁ ସେଠାକୁ ଯାଇ ନଥିଲି | ତେବେ ଉତ୍ତରପ୍ରଦେଶକୁ ରକ୍ଷା କରାଗଲେ ଦେଶ ରକ୍ଷା ପାଇବ। ଯଦି ଆମକୁ ୨୦୨୪ ରେ ନରେନ୍ଦ୍ର ମୋଦୀଙ୍କୁ ପରାସ୍ତ କରିବାକୁ ପଡିବ ତେବେ ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶକୁ ବିଜେପି କବଳରୁ ବଞ୍ଚାଇବାକୁ ପଡିବ | ମୁଁ ଅଖିଳେଶଙ୍କୁ ଦୁର୍ବଳ କରିବାକୁ ଚାହୁଁ ନ ଥିବାରୁ କୌଣସି ପ୍ରାର୍ଥୀଙ୍କୁ ନିର୍ଵାଚନ ମଇଦାନରେ ଓହ୍ଲାଇନଥିଲି |

କିନ୍ତୁ ମୁଁ ସେମାନଙ୍କୁ କହିଛି ଯେ ଆମେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବୁ। ସୂଚନା ମୁତାବକ ଲୋକସଭାର ୫୪୩ଟି ଆସନ ମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରେ ୧୨୨ଟି ଆସନ ଅଛି | ୨୦୧୯ରେ, ପଶ୍ଚିମବଙ୍ଗର ୪୨ଟି ଆସନ ମଧ୍ୟରୁ ବିଜେପି ୧୮ଟିରେ ଜିତିଥିଲା, ଯାହା ଟିଏମସି ପାଇଁ ଏକ ବଡ ଝଟକା ହୋଇଥିଲା । ବାନାର୍ଜୀ ନିକଟରେ ତାଙ୍କ ଦଳର ନେତାମାନଙ୍କୁ କହିଥିଲେ ଯେ ୨୦୨୪ ମସିହାରେ ଟିଏମସିକୁ ସମସ୍ତ ୪୨ଟି ଆସନ ଜିତିବାକୁ ପଡ଼ିବ। ସେହିପରି ସେ କଂଗ୍ରେସ ଉପରେ ନିର୍ଭରଶୀଳ ନୁହଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି। କଂଗ୍ରେସ ତା ବାଟରେ ଯିବ ଓ ଆମେ ଆମ ରାସ୍ତାରେ ଯିବୁ | ଆଞ୍ଚଳିକ ଦଳଗୁଡିକ ସହ କଂଗ୍ରେସର ଭଲ ସମ୍ପର୍କ ନାହିଁ |

ସମ୍ବନ୍ଧିତ ଖବର