ବ୍ରାସିଲିଆ: ବିଶ୍ବରେ ବିଭିନ୍ନ ସ୍ଥାନରେ ଅନେକ ସୁନ୍ଦରୀ ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ । ଏହି ସୁନ୍ଦରୀ ପ୍ରତିଯୋଗିତାରେ ଯିଏ ବିଜେତା ହୁଅନ୍ତି ତାଙ୍କୁ ସମ୍ମାନୀତ କରିବା ପାଇଁ ମୁକୁଟ ପିନ୍ଧା ଯାଇଥାଏ। ଯାହାକୁ କ୍ରାଉନ ବୋଲି କୁହାଯାଇଥାଏ। ଏମିତି ଏକ ପ୍ରତିଯୋଗିତା ବ୍ରାଜିଲରେ ଆୟୋଜିତ ହୋଇଥିବା ବେଳେ ସେଠାରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା।
ଗତ ଶନିବାର ଏଲଜିବିଟିକ୍ୟୁ ବିୟୁଟି କଣ୍ଟେଷ୍ଟ ହୋଇଥିଲା। ଯେଉଁଥିରେ ପ୍ରତିଯୋଗୀ ନାଥାଲି ବେକର୍ ଏବଂ ଇମାନୁଏଲି ବେଲିନି ଅନେକ ପର୍ଯ୍ୟାୟ ଦେଇ ଫାଇନାଲରେ ପ୍ରବେଶ କରିଥିଲେ। କାର୍ଯ୍ୟକ୍ରମ ଶେଷରେ, ଇମାନୁଏଲି ବେଲିନିଙ୍କୁ ମିସ ଗେ ମ୍ୟାଟୋ ଗ୍ରୋସୋ ୨୦୨୩ର ମୁକୁଟ ପିନ୍ଧାଯାଇଥିଲା।
Revolta na final do concurso Miss Brasil Gay 2023. Torcedor arranca coroa da vencedora e joga no chão durante a cerimônia de premiação. pic.twitter.com/rb6duFvAEn
— Bruno Guzzo® (@brunoguzzo) May 28, 2023
ଏହାକୁ ଦେଖି ବେକରଙ୍କ ସ୍ବାମୀ ରାଗିଯାଇଥିଲେ। ସେ କ୍ରୋଧିତ ହୋଇ କ’ଣ କରିବେ କିଛି ବୁଝି ନପାରି ମଞ୍ଚ ଉପରେ ଚଢ଼ି ବେଲିନିଙ୍କ ମଥାରୁ ମୁକୁଟ ବାହାର କରି ତଳେ ପିଙ୍ଗି ଦେଇଥିଲେ। ଫଳରେ ମୁକୁଟଟି ଅତି ସୂକ୍ଷ୍ମକାରୁକାର୍ଯ୍ୟରେ ନିର୍ମିତ ହୋଇଥିବାରୁ ତାହା ଭାଙ୍ଗି ଯାଇଥିଲା।
ଏହି ଘଟଣାକୁ ଆୟୋଜନ କରିଥିବା ଅଧିକାରିକ ସୂତ୍ରରୁ ପ୍ରକାଶ ଯେ, ମଞ୍ଚ ଉପରେ ଏମିତି ଘଟଣା କେବେ ଘଟି ନଥିଲା। ଏହା ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ଜାଜନକ କାର୍ଯ୍ୟ। ଏହି ଘଟଣାର ତଦନ୍ତ ଚାଲିଛି।
ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।