ବନ୍ଧୁକ ସହ ସଂସଦ ଭବନରେ ପ୍ରବେଶ ଉଦ୍ୟମ କରୁଥିବା ଯୁବକକୁ କାବୁ କଲା ପୁଲିସ

ନୂଆଦିଲ୍ଲୀ : ନୂଆଦିଲ୍ଲୀସ୍ଥିତ ସଂସଦ ଭବନକୁ ବନ୍ଧୁକ ଓ ଗୁଳି ସହ ପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ଜଣେ ଯୁବକକୁ ସୁରକ୍ଷା କର୍ମୀମାନେ କାବୁ କରି ପୁଲିସକୁ ଦେଇଛନ୍ତି । ତା ନାଁ ଅଖତାର ଖାଁ ଓ ତା ଘର ଉତ୍ତରପ୍ରଦେଶର ଗାଜିଆବାଦ ବୋଲି ଜଣାପଡ଼ିଛି । ତେବେ କିଛି ସମୟ ପଚରା ଉଚୁରା କରିବା ପରେ ଦିଲ୍ଲୀ ପୁଲିସ ତାକୁ ଛାଡ଼଼ିଦେଇଛି ।
ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ସେ ସଂସଦର ଗେଟ ନଂ ୮ରେ ପ୍ରବେଶ କରୁଥିବାବେଳେ ସୁରକ୍ଷା କର୍ମୀମାନେ ତା ପାଖରେ ଏକ .୩୨ ବୋର୍‌ ଗନ ଓ ୩ଟି ଜୀବନ୍ତ ଗୁଳିଥିବା ଯାଞ୍ଚ ବେଳେ ଜାଣିପାରିଥିଲେ । ତାକୁ ତୁରନ୍ତ ଅଟକାଯାଇ ଯାଞ୍ଚ କରାଯାଇଥିଲା ଓ ତାକୁ ଦିଲ୍ଲୀ ପୁଲିସକୁ ଦିଆଯାଇଥିଲା ।
ଚଳିତ ସପ୍ତାହ ଆରମ୍ଭରେ ବିଜେପି ସାଂସଦ ବିନୋଦ କୁମାର ସୋନକରଙ୍କ କାର ସଂସଦ ଭବନ ପରିସରରେ ଲାଗିଥିବା ବୁମ ବାରିଅରକୁ ଛୁଇଁବାପରେ ସେଗୁଡ଼ିକ ସକ୍ରିୟ ହୋଇଉଠିଥିଲା । ଏହା ପରେ ସୁରକ୍ଷା କର୍ମୀମାନେ ସତର୍କ ହୋଇଉଠିଥିଲେ ।

ସମ୍ବନ୍ଧିତ ଖବର