ମୁମ୍ବାଇରେ ଚିକିତ୍ସାଧୀନ ଫିଲିପ୍ପିନ୍ସ ନାଗରିକ ମୃତ

ମୁମ୍ବାଇ: କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇ ମୁମ୍ବାଇରେ ଚିକିତ୍ସାଧୀନ ଥିବା ଜଣେ ୬୮ ବର୍ଷିୟ ଫିଲିପ୍ପିନ୍ସ ନାଗରିକଙ୍କର ମୃତ୍ୟୁ ଘଟିଥିବା କଥା ସୋମବାର ଦିନ ମୁମ୍ବାଇର ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି । ଏହାକୁ ମିଶାଇ ମହାରାଷ୍ଟ୍ରରେ କରୋନାଭାଇରସ୍ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ତିନିରେ ପହଞ୍ଚିଛି ।

ବୃହନମୁମ୍ବାଇ ମୁନିସପାଲ କର୍ପୋରେସନରେ ସ୍ୱାସ୍ଥ୍ୟ ବିଭାଗ ଏକ ରିଲିଜରେ କହିଛି ଯେ ରବିବାର ରାତିରେ ସମ୍ପୃକ୍ତ ବ୍ୟକ୍ତିଜଣଙ୍କୁ ମୃତ ବୋଲି ଘୋଷଣା କରାଯାଇଛି ।
ମାର୍ଚ ୧୩ ତାରିଖ ଦିନ ସେ ପୌରନିଗମ ପରିଚାଳିତ କସ୍ତୁରବା ଗାନ୍ଧୀ ହସପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେ ମଧୁମେହ ଏବଂ ଆଜମାରେ ମଧ୍ୟ ଆକ୍ରାନ୍ତ ଥିଲେ ।

Image Source: The Reuters

ଚିକିତ୍ସିତ ହେବା ପରେ ତାଙ୍କର ସ୍ୱାବ୍ ପରୀକ୍ଷା ନେଗେଟିଭ୍ ଆସିଥିଲା । କିନ୍ତୁ, ଅନ୍ୟାନ୍ୟ ଶାରୀରିକ ସମସ୍ୟା ଯୋଗୁଁ ତାଙ୍କର ଅବସ୍ଥାରେ ଅବନତି ଘଟିଥିଲା ।

Image Source: Hindustan Times

ସ୍ୱାସ୍ଥ୍ୟ ଅଧିକାରୀମାନେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ”କୋଭିଡ୍-୧୯’ସମ୍ବନ୍ଧୀୟ ଆଉ ୧୫ଟି ନୂଆ ମାମଲା ରେକର୍ଡ କରାଯାଇଛି । ଫଳରେ ମହାରାଷ୍ଟ୍ରରେ କରୋନାଭାଇରସ୍ ସଂକ୍ରମଣ ମାମଲା ୮୯ରେ ପହଞ୍ଚିଛି । ସର୍ବାଧିକ ସଂଖ୍ୟକ କରୋନାଭାଇରସ୍ ଆକ୍ରାନ୍ତ ଥିବା ଭାରତୀୟ ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ହେଉଛି ପ୍ରଥମ ।

ସମ୍ବନ୍ଧିତ ଖବର