ଦିନେ ସାଇକେଲରେ ବୁଲିବୁଲି ପରିବା ବିକୁଥିବା ମନୋହର ଲାଲ ଖଟ୍ଟର ଦ୍ୱିତୀୟ ଥର ପାଇଁ ହେଲେ ହରିୟାଣାର ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: ଦୀପାବଳି ଅବସରରେ ଭାଜପା ନେତା ମନୋହର ଲାଲ ଖଟ୍ଟର ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଖଟ୍ଟରଙ୍କ ସହିତ ବିଜେପିକୁ ସମର୍ଥନ କରିଥିବା ଜେଜେପି ନେତା ଦୁଷ୍ୟନ୍ତ ଚୌତାଲା ମଧ୍ୟ ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ପଞ୍ଜାବୀ ପରିବାରରୁ ଆସିଥିବା ୬୫ ବର୍ଷୀୟ ମନୋହର ଲାଲ ଖଟ୍ଟର ରାଷ୍ଟ୍ରୀୟ ସ୍ୱୟଂ ସେବକ (ଆରଏସ୍‌ଏସ୍‌) ସଂଘ ସହ ବଢ଼ିଛନ୍ତି। ମନୋହର ପିତାଙ୍କ ନାମ ହରବଂସ ଲାଲ, ଯିଏକି ୧୯୪୭ ମସିହାରେ ଭାରତ-ପାକିସ୍ତାନ ଭାଗ ହେବା ସମୟରେ ନିଜ ପରିବାରକୁ ନେଇ ରୋହତକ ଆସି ରହି ଯାଇଥିଲେ।

ମନୋହର ପାଠପଢ଼ି ଡାକ୍ତର ହେବାର ଲକ୍ଷ୍ୟ ରଖିଥିଲେ, କିନ୍ତୁ ତାଙ୍କ ବାପା ଏସବୁ ଚାହୁ ନଥିଲେ। ଶେଷରେ ଖଟ୍ଟର ହାଇସ୍କୁଲ ପଢ଼ା ଶେଷ କରିବା ପରେ ଘରଲୋକଙ୍କ ଠାରୁ ଟଙ୍କା ନେଇ ଦିଲ୍ଲୀ ପଳାଇ ଯାଇଥିଲେ। ଏହାପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସ୍ନାତକ ପାଠପଢ଼ି ମେଡିକାଲ ପାଇଁ ପ୍ରସ୍ତୁତି କରିଥିଲେ। ତିନିଥର ପ୍ରି-ମେଡିକାଲ ପରୀକ୍ଷା ଦେବା ପରେ ବି ତାକୁ କ୍ଲିୟର କରି ପାରି ନଥିଲେ।

ପରିବାରର ଆର୍ଥିକ ଅନଟନ ଦେଖିବା ପରେ ଖଟ୍ଟର ବାପା ଦାଦାଙ୍କୁ ସାହାଯ୍ୟ କରିବାକୁ ଯାଇ ସେ ନିଜେ ସାଇକେଲରେ ବୁଲିବୁଲି ପରିବା ବିକିବା ଆରମ୍ଭ କରିଥିଲେ। ହେଲେ ଆଜି ସେ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ଏହା ତାଙ୍କ ପାଇଁ କୌଣସି ବଡ ସଫଳତାଠାରୁ କମ୍‌ ନୁହେଁ।

ସମ୍ବନ୍ଧିତ ଖବର