ମନସୁଖ ହିରେନ ହତ୍ୟାକାଣ୍ଡ: ମିଠି ନଦୀରୁ ଏନଆଇଏକୁ ମିଳିଥିବା ନମ୍ବର ପ୍ଲେଟ ମୋ ଗାଡ଼ିର ବୋଲି ଦାବି କଲେ ଔରାଙ୍ଗାବାଦ ଯୁବକ

ମୁମ୍ବାଇ : ଆଣ୍ଟିଲିଆ ମାମଲା ଓ ମନସୁଖ ହିରେନ ହତ୍ୟା ମାମଲାକୁ ନେଇ ପ୍ରତିଦିନ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି। ଦୁଇଟି ଘଟଣାର ଅଭିଯୁକ୍ତ ପୂର୍ବତନ ପୁଲିସ ଅଫିସର ସଚିନ ଭାଜେଙ୍କୁ ନେଇ ଗତକାଲି ଜାତୀୟ ଅନୁସନ୍ଧାନ ଏଜେନ୍ସି(ଏନଆଇଏ) ମିଠି ନଦୀ ନିକଟରେ ପହଞ୍ଚିଥିଲେ। ସେଠାରେ ମିଠି ନଦୀରେ ଯାଞ୍ଚ କରାଯିବା ପରେ ପାଣି ଭିତରୁ ଏକ ନମ୍ବର ପ୍ଲେଟ ମିଳିଥିଲା। ଆଜି ନମ୍ବର ପ୍ଲେଟଟି ମୋ ଗାଡ଼ିର ବୋଲି ଔରାଙ୍ଗାବାଦର ଜଣେ ବ୍ୟକ୍ତି ଦାବି କରିଛନ୍ତି।

ବିଜୟ ନାଡେ ନାମକ ଜଣେ ଯୁବକ ନମ୍ବର ପ୍ଲେଟଟି ତାଙ୍କର ବୋଲି ଦାବି କରିବା ସହ କିଛି ଦିନ ତଳେ ଔରାଙ୍ଗାବାଦର ଉଦ୍ଧବ୍ରାଓ ପାଟିଲ ଚୌକରୁ ତାଙ୍କ ଗାଡ଼ି ଚୋରି ହୋଇଯାଇଥିବା କହିଛନ୍ତି। ଏହା ସହ ସେ ଏନେଇ ଅଭିଯୋଗ ମଧ୍ୟ କରିଥିଲେ ବୋଲି କହିଛନ୍ତି।

Suvendu accuses Mamata of minority appeasement, alleges Begum would turn  Bengal into mini Pakistan
First India

ସେ କହିଛନ୍ତି ଯେ, ନଭେମ୍ବର ୧୬, ୨୦୨୦ରେ ‘ଏମଏଚ-୨୦-ଏଫପି-୧୫୩୯ ଟି’ ନମ୍ବର ବିଶିଷ୍ଟ ମୋ କାର ଚୋରି ହୋଇଥିଲା ଏବଂ ଏନେଇ ମୁଁ ଏତଲା ଦାଖଲ କରିଥିଲି। ତିନିମାସ ଧରି କୌଣସି ସୂଚନା ମୋତେ ମିଳି ନଥିଲା କିନ୍ତୁ ଗତକାଲି ମୁଁ ଏହା ବିଷୟରେ ସୂଚନା ପାଇଥିଲି ବୋଲି ନାଡେ କହିଛନ୍ତି। ତାଙ୍କର ଏଭଳି ଦାବି ପ‌ରେ ମାମଲା ଆହୁରି ଘନେଇବାରେ ଲାଗିଛି।

ଉଲ୍ଲେଖଯୋଗ୍ୟ, ଏନଆଇଏକୁ ସନ୍ଦେହ ଥିଲା କି ମନସୁଖ ହିରେନ ହତ୍ୟା ଓ ଆଣ୍ଟିଲିଆ ମାମଲା ସହ ଜଡ଼ିତ ପ୍ରମାଣ ଭାଜେ ମିଠି ନଦୀରେ ଫିଙ୍ଗି ଦେଇଛନ୍ତି। ଏନେଇ ଅଭିଯୁକ୍ତ ସଚିନ ଭାଜେଙ୍କ ଉପସ୍ଥିତିରେ ଏନଆଇଏ ନଦୀରେ ଅନୁସନ୍ଧାନ କରିଥିଲେ। ସେହି ସମୟରେ ସେମାନେ ନମ୍ବର ପ୍ଲେଟ, ସିପିୟୁ, ହାର୍ଡ ଡିସ୍କ, ଡିଭିଆର ଓ ଲ୍ୟାପଟପ ପାଇଥିଲେ। ଏଥିସହିତ ଏନଆଇଏ ନଦୀରୁ ଦୁଇଟି ନମ୍ବର ପ୍ଲେଟ୍ ମିଳିଥିଲା। ଯେଉଁଥିରେ ଦୁଇଟିରେ ସମାନ ଏମଏଚ୦୨ଏଫପି୧୫୩୯ ନମ୍ବର ଲେଖା ହୋଇଥିଲା ।

ସମ୍ବନ୍ଧିତ ଖବର