ମରାଠା ସଂରକ୍ଷଣ ବିଲ୍‌ ଅନୁମୋଦିତ; ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୧୬ ପ୍ରତିଶତ ସଂରକ୍ଷଣ ସୁବିଧା ପାଇବେ ମରାଠା ସଂପ୍ରଦାୟ

ମୁମ୍ବାଇ: ମରାଠା ସଂରକ୍ଷଣ ବିଲ୍‌ ଆଜି (ଗୁରୁବାର) ମହାରାଷ୍ଟ୍ର ବିଧାନସଭାର ଉଭୟ ଗୃହରେ ଅନୁମୋଦିତ ହୋଇ ଯାଇଛି। ଏଣିକି ମହାରାଷ୍ଟ୍ରରେ ମରାଠା ସଂପ୍ରଦାୟମାନେ ଉଭୟ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୧୬ ପତ୍ରଶିତ ସଂରକ୍ଷଣ ସୁବିଧା ଲାଭ କରିବେ। ଅନ୍ୟ ଅର୍ଥରେ ମହାରାଷ୍ଟ୍ରରେ ଏଣିକି ମରାଠା ସଂପ୍ରଦାୟ ପାଇଁ ୧୬ ପ୍ରତିଶତ ସ୍ଥାନ ଶିକ୍ଷା ଓ ନିଯୁକ୍ତି ଉଭୟ କ୍ଷେତ୍ରରେ ସଂରକ୍ଷିତ ହୋଇ ରହିବ।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର ପଛୁଆ ବର୍ଗ କମିଶନ ମରାଠା ସଂପ୍ରଦାୟ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୧୬ ପ୍ରତିଶତ ସ୍ଥାନ ସଂରକ୍ଷିତ କରି ରଖିବା ପାଇଁ ପ୍ରସ୍ତାବ ଦେଇ ଏକ ରିପୋର୍ଟ ମହାରାଷ୍ଟ୍ର ସରକାରଙ୍କ ନିକଟରେ ଦାଖଲ କରିଥିଲେ। ମହାରାଷ୍ଟ୍ରର ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କ ସରକାର ମହାରାଷ୍ଟ୍ର ପଛୁଆ ବର୍ଗ କମିଶନଙ୍କ ଏହି ରିପୋର୍ଟକୁ ମହାରାଷ୍ଟ୍ର ବିଧାନସଭାରେ ଉପସ୍ଥାପିତ କରିଥିଲେ। ତେବେ, ବିଲ୍‌ଟି ବିଧାନସଭାରେ ଆଗତ ହେବା ମାତ୍ରେ ସର୍ବସମତ୍ତି କ୍ରମେ ବିଧାନସଭାର ଉଭୟ ଗୃହରେ ଗୃହୀତ ହୋଇଯାଇଥିଲା। ଫଳରେ ମହାରାଷ୍ଟ୍ରରେ ଏଣିକି ମରାଠା ସଂପ୍ରଦାୟ ପାଇଁ ୧୬ ପ୍ରତିଶତ ସ୍ଥାନ ଶିକ୍ଷା ଓ ନିଯୁକ୍ତି ଉଭୟ କ୍ଷେତ୍ରରେ ସଂରକ୍ଷିତ ହୋଇ ରହିବ।

ସମ୍ବନ୍ଧିତ ଖବର