ବିଶାଳକାୟ ଟେଣ୍ଟ୍‌, ଏଲ୍‌ସିଡି ସ୍କ୍ରିନ୍‌ ଓ ସାମାଜିକ ଦୂରତ୍ବ: ରାମ ମନ୍ଦିର ଭୂମି ପୂଜନ ପାଇଁ ଏପରି ହୋଇଛି ପ୍ରସ୍ତୁତି

ନୂଆଦିଲ୍ଲୀ: ଆସନ୍ତାକାଲି ରାମ ଜନ୍ମଭୂମି ଅଯୋଧ୍ୟାରେ ହେବାକୁ ଥିବା ଭୂମି ପୂଜା ଉପଲକ୍ଷେ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। ସୂଚନା ରହିଛି ଯେ ଏହି ଭୂମି ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୧୭୫ ଜଣ ଅତିଥି ‌ଯୋଗ ଦେବେ।

ସୁପ୍ରିମକୋର୍ଟଙ୍କ ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକ ଯୋଗୁଁ ବୃକ୍ଷରୋପଣର ଅନିୟମିତତା ବୃଦ୍ଧି ପାଇଥିବା ରାମ ଜନ୍ମଭୂମିକୁ ୟାର୍ଥମୁଭର୍ସ ଦ୍ବାରା ସଫା କରାଯାଇଛି। ଏଠାରେ ଏକ ବିରାଟକାୟ ତମ୍ବୁ କରାଯାଇଛି, ଫଳରେ ବର୍ଷା ହେଲେ ବି ଯେପରି ବିଶେଷ କୌଣସି ବ୍ୟାହାତ ଘଟିବ ନାହିଁ।

India Today

ଏହାକୁ ଆଲୋକରେ ସଜ୍ଜିତ କରାଯାଇ ୧୭୫ ଜଣ ସହାୟକ କର୍ମଚାରୀଙ୍କ ପାଇଁ ବସିବାର ବ୍ୟବସ୍ଥା ସଠିକ୍ ସାମାଜିକ ଦୂରତା ପ୍ରୋଟୋକଲ୍ ଅନୁଯାୟୀ ସୃଷ୍ଟି କରାଯାଇଛି। ଅଳ୍ପ ଦୂରତ୍ବରେ ଏଲ୍‌ସିଡି ସ୍କ୍ରିନ୍‌ ଲଗାଯାଇଛି। ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ୧୯୮୯ ମସିହାରେ ଶିଳାନ୍ୟା‌ସ କରାଯାଇଥିଲା। ତେବେ, ଏହି ସାଜସଜାରେ ଜଡ଼ିତ ଥିବା କର୍ମୀମାନଙ୍କ କହିବାନୁସାରେ ସବୁ କାମ ସରିବା ପରେ ଏକ ଅନ୍ତିମ ସ୍ପର୍ଶ ଦିଆଯିବ, ଯାହାକି ସୌନ୍ଦର୍ଯ୍ୟକୁ ଦ୍ବିଗୁଣ କରିବ।

ଲାଗିଥିବା ଏଲସିଡି ସ୍କ୍ରିନ୍‌ରେ ପୂରା ଭୂମିପୂଜାର ସିଧା ପ୍ରସାରଣ କରାଯିବ। ଏହା ମଧ୍ୟରେ ଏକ ମଞ୍ଚ ମଧ୍ୟ ଗଠନ କରାଯାଇଛି। ଉପସ୍ଥିତି କିଛି ମାନଗନ୍ୟ ବ୍ୟକ୍ତି ଏଠାରେ ନିଜର ଜ୍ଞାନ ବାଣ୍ଟିବେ। ମୋଦୀଙ୍କ ସହ ଅନ୍ୟ କିଛି ଶୀର୍ଷ ସ୍ତରୀୟ ନେତା ମିଶି ରାମ ମନ୍ଦିର ତିଆରି ହେବାକୁ ଥିବା ସ୍ଥାନକୁ ବୁଲି ଦେଖିବାକୁ ବ୍ୟବସ୍ଥା ରହିଛି।

 

ସମ୍ବନ୍ଧିତ ଖବର