ଭାରତୀୟ ନାଗରିକତ୍ୱ ଛାଡ଼ିଲେ ମେହୁଲ ଚୋକ୍‌ସି, ଆଣ୍ଟିଗୁଆ ସରକାରଙ୍କୁ ହସ୍ତାନ୍ତର କଲେ ପାସ୍‌ପୋର୍ଟ

ନୂଆଦିଲ୍ଲୀ: ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌ ଠକେଇ ମାମଲାରେ ଫେରାର ଅଭିଯୁକ୍ତ ମେହୁଲ ଚୋକ୍‌ସି ଆଣ୍ଟିଗୁଆ ସରକାରଙ୍କ ଠାରେ ତାଙ୍କ ପାସ୍‌ପୋର୍ଟ ସମର୍ପଣ କରି ଭାରତୀୟ ନାଗରିକତ୍ୱ ତ୍ୟାଗ କରିଛନ୍ତି।

ବର୍ଷେରୁ ବେଶି ହେବ ଚୋକ୍‌ସି ଆଣ୍ଟିଗୁଆରେ ବସବାସ କରୁଛନ୍ତି। ଡିସେମ୍ବର ୨୫ ତାରିଖ, ୨୦୧୮ରେ ଚୋକ୍‌ସି ଅଦାଲତଙ୍କୁ କହିଥିଲେ କି, ସେ ଭାରତକୁ ଫେରି ଋଣ ଠକେଇ ମାମଲା ତଦନ୍ତର ସମ୍ମୁଖୀନ ହୋଇ ପାରିବେ ନାହିଁ, କାରଣ ସ୍ୱାସ୍ଥ୍ୟ ଭଲ ନ ଥିବା ଯୋଗୁଁ ଆଣ୍ଟିଗୁଆରୁ ଭାରତ ଦୀର୍ଘ ୪୧ ଘଣ୍ଟା ଯାତ୍ରା କରି ପାରିବେ ନାହିଁ।

କିନ୍ତୁ, ଚୋକ୍‌ସି ଅଦାଲତରେ ଏକ ଲିଖିତ ଉତ୍ତର ଦାଖଲ କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି କି, ସେ ଭିଡିଓ କନ୍‌ଫେରେସିଙ୍ଗ୍‌ ଜରିଆରେ ତଦନ୍ତରେ ଯୋଗ ଦେବାକୁ ଆଗ୍ରହୀ। ଚୋକ୍‌ସି ଆହୁରି ଅଭିଯୋଗ କରିଛନ୍ତି ଯେ ସମଗ୍ର ତଦନ୍ତକୁ ବିଭ୍ରାନ୍ତ କରିବାକୁ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଅଦାଲତଙ୍କୁ ସ୍ପଷ୍ଟ ସୂଚନା ଦେଉନାହିଁ।

ସମ୍ବନ୍ଧିତ ଖବର