ଜମ୍ମୁ- କଶ୍ମୀର: ଯବାନଙ୍କ ଘର ଭିତରେ ଧସେଇ ପଶି ତାଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର (ଜମ୍ମୁ-କଶ୍ମୀର): ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣର ଶିକାର ହୋଇ ଆଜି (ସୋମବାର) ଜଣେ ଜବାନ ସହିଦ୍‌ ହୋଇଛନ୍ତି। ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ୍‌ ହୋଇଥିବା ଯବାନ୍‌ଙ୍କ ନାମ ମୁକ୍ତାର ଅହମ୍ମଦ ମଲ୍ଲିକ୍‌। ସହିଦ୍‌ ମୁକ୍ତାର ଭାରତୀୟ ଟେରିଟୋରିଆଲ ଆର୍ମିର ଜଣେ ଯବାନ ଥିଲେ। ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଛି ଜମ୍ମୁ- କଶ୍ମୀର କୁଲ୍‌ଗାମ୍‌ ଜିଲ୍ଲାର ସୁରାତ୍‌ ଅଞ୍ଚଳରେ।

ଜମ୍ମୁ- କଶ୍ମୀର ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଟେରିଟୋରିଆଲ ଆର୍ମିର ଯବାନ ମୁକ୍ତାର ଅହମ୍ମଦ ମଲ୍ଲିକ୍‌ ଶ୍ରୀନଗର ଠାରେ ଅବସ୍ଥାପିତ ଥିଲେ। ଗତ କିଛି ଦିନ ତଳେ କାର୍ଯ୍ୟରୁ ଛୁଟିନେଇ ସେ ନିଜ ଘରକୁ ଆସିଥିଲେ। ଛୁଟିରେ ଥିବା ମୁକ୍ତାର ଜମ୍ମୁ- କଶ୍ମୀର କୁଲ୍‌ଗାମ୍‌ ଜିଲ୍ଲାର ସୁରାତ୍‌ ଅଞ୍ଚଳରେ ଥିବା ତାଙ୍କ ଘରେ ଅବସ୍ଥାନ କରିଥିବା କାଳରେ ଆଜି ପ୍ରତ୍ୟୁଷରେ କେତେକ ଆତଙ୍କବାଦୀ ତାଙ୍କ ଘର ଭିତରକୁ ଧସେଇ ପଶିବା ସହ ତାଙ୍କ ମୁଣ୍ଡକୁ ଗୁଳିମାରି ଫେରାର ହୋଇ ଯାଇଥିଲେ। ପରେ ମୁକ୍ତାରଙ୍କୁ ଗୁରୁତର ଅବସ୍ଥାରେ କୁଲଗାମ୍‌ ହସ୍ପିଟାଲକୁ ନିଆ ଯାଇଥିବା ବେଳେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷିତ କରିଥିଲେ।

ସମ୍ବନ୍ଧିତ ଖବର