କଟକ: ମୋମୋ ଗେମ୍‌ ଖେଳି ଦା’ ଧରି ନିଜ ହାତକୁ ନିଜେ କାଟି ଦେଲା ଯୁବକ

କଟକ: ବ୍ଲ୍ୟୁ ହେ୍‌ଲ ଗେମ୍‌ ପରେ ଏବେ ଦେଖାଦେଇଛି ମୋମୋ ଗେମ୍‌ ଆତଙ୍କ। ସରକାର ଏହି ଗେମ୍‌ ନ ଖେଳିବା ପାଇଁ ଯେତେ ସତର୍କତା ଓ ସଚେତନତା ସୃଷ୍ଟିକଲେ ମଧ୍ୟ ଯୁବଗୋଷ୍ଠୀ ଏହାର ଶିକାର ହେଉଥିବା ଦେଖିବାକୁ ମିଳୁଛି। ଭୁବନେଶ୍ୱରର ଜଣେ ଇଞ୍ଜିନିୟରିଂ ଛାତ୍ର ଚେନ୍ନାଇ ଯାଇ ମେମୋ ଗେମ୍‌ ଯୋଗୁଁ ଆତ୍ମହତ୍ୟା କରିବା ପରେ କିଛିଦିନ ତଳେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଉମର ଗ୍ରାମର ଜଣେ ଯୁବକ ମେମୋ ଗେମ୍‌ ଯୋଗୁ ନିଜ ଜୀବନ ହାରି ଥିବା ଖବର ମିଳିଥିଲା। ସେହିପରି ସୋମବାର ଅପରାହ୍ନରେ କଟକ ବୟାଳଶମୌଜା ଝାରକଟା ଗ୍ରାମରେ ଜଣେ ବାଳକ ମୋମୋ ଗେମ୍‌ ଖେଳି ନିଜ ହାତକୁ ଦା’ ଧରି କାଟି ଦେଇଥିବା ସୂଚନା ମିଳିଛି। ଏହି ଯୁବକର ନାମ ସୁନୀଲ କୁମାର ଦାସ ଓ ତା’ର ବାପାଙ୍କ ନାମ ବାସୁଦେବ ଦାସ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ସୁନୀଲ ନିଜ ହାତକୁ ହଠାତ୍‌ ଦା’ରେ ଧରି କାଟି ପକାଇଥିଲେ ।  ପରିବାର ଲୋକ ଏହା ଦେଖିବା ପରେ ତାଙ୍କୁ ସଙ୍ଗେସଙ୍ଗେ କଟକ ଏସ୍‌ସିବି ମେଡିକାଲରେ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପୁଅ ଏପରି କାହିଁକି କରିଛି ସେ ନେଇ କୌଣସି ସୂଚନା ମିଳି ନ ଥିଲେ ହେଁ ମୋମୋ ଖେଳ ଖେଳି ଏପରି କରିଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି।

ସମ୍ବନ୍ଧିତ ଖବର