ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ

ବେଙ୍ଗାଲୁରୁ : କର୍ଣ୍ଣାଟକର ଜଣେ ବିଜେପି ବିଧାୟକ ନିଜ ସମର୍ଥକଙ୍କୁ ପୁଲିସ ନିର୍ଯା‌ତନା‌ ଦେଉଥିବା ଅଭିଯୋଗ କରି  ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ହୋସାଦୁର୍ଗା ନିର୍ବା‌ଚନ ମଣ୍ଡଳୀର ବିଜେପି ବିଧାୟକ ଗୋଲିହାତୀ ଶେଖର ଅଭିଯୋଗ କରିଥିଲେ ଯେ ତାଙ୍କ ସମର୍ଥକଙ୍କୁ ପୁଲିସ ବେଆଇନ ବାଲି ବ୍ୟବସାୟରେ ସମ୍ପୃକ୍ତି ଥିବା ନେଇ ନିର୍ଯାତନା ଦେଇଛି ଏବଂ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହାର ବିରୋଧ କରି ସେ ହୋସାଦୁର୍ଗା ଥାନା ସାମ୍ନାରେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ସମ୍ବନ୍ଧିତ ଖବର