କୋଭିଡ ଟିକାର ଗୋଟେ ଡୋଜ୍ ପାଇଁ ୧୮୫୫-୨୭୫୫ଟଙ୍କା ନେବ ମଡର୍ଣ୍ଣା

ନୂଆଦିଲ୍ଲୀ: କୋଭିଡ ଟିକାର ଗୋଟେ ଡୋଜ୍ ପାଇଁ ୧୮୫୫-୨୭୫୫ଟଙ୍କା ନେବ ମଡର୍ଣ୍ଣା। ଏ ବିଷୟରେ ମଡର୍ଣ୍ଣାର ମୁଖ୍ୟ କାର୍ଯ୍ୟନିର୍ବାହୀ ଷ୍ଟିଫେନ୍ ବାନସେଲ ସୂୂଚନା ଦେଇଛନ୍ତି। ଜର୍ମାନ ସାପ୍ତାହିକ ୱେଲ୍ଟ ଆମ୍ ସୋନଟାଗ୍ (ୱାମ୍ଏସ୍) ସହିତ କଥାବାର୍ତ୍ତା କରି ବାନସେଲ କହିଛନ୍ତି ଯେ, କରୋନାଭାଇରସ୍ ଟିକାର ମୂଲ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଡୋଜର ପରିମାଣ ଉପରେ ନିର୍ଭର କରିବ। ଆମର ଟିକା ଫ୍ଲୁ ଟିକା ସହିତ ସମାନ, ଯାହା୧୦ଡଲାରରୁ ୫୦ଡଲାର ମଧ୍ୟରେ ରହିବ।

Moderna to charge $25-$37 per dose for its COVID-19 vaccine,' says CEO Stephane
Free Press Journal

‘ଫାଇଜର୍’ ଏବଂ ‘ବାୟୋଏନ୍‌ଟେକ୍‌’ଦ୍ବାରା ମିଳିତ ଭାବେ ବିକଶିତ ଟିକା କୋଭିଡ୍‌-୧୯ ସଂକ୍ରମଣ ପ୍ରତିରୋଧ କରିବାରେ ୯୫% ଫଳପ୍ରଦ ହୋଇଥିବା କଥା ଅନ୍ତିମ ପର୍ଯ୍ୟାୟ ପରୀକ୍ଷାରୁ ଜଣାପଡ଼ିଥିଲା। ଔଷଧ ନିର୍ମାତା ଫାଇଜର୍ କହିଥିଲା ଯେ, ଟିକାକରଣର ଶେଷ ପର୍ଯ୍ୟୟରେ ଏହା ୯୫% ଫଳପ୍ରଦ ପ୍ରମାଣିତ ହୋଇଛି | ସବୁ ବର୍ଗର କରୋନା ରୋଗୀଙ୍କ ଉପରେ ଏହାର ପ୍ରଭାବ ଭଲ ରହିଥିବା ସହ କୌଣସି ବଡ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ | ବିଶେଷ କରି ୬୫ବର୍ଷରୁ ଅଧିକ ବୟସ୍କ ରୋଗୀଙ୍କ ଶରୀରରେ ଏହି ଟିକା ୯୪% ଫଳପ୍ରଦ ହୋଇଛି | ଶେଷ ପର୍ଯ୍ୟାୟ ରିପୋର୍ଟ ଅନୁଯାୟୀ ଏହି ଟିକାର ବ୍ୟବହାର ସାରା ବିଶ୍ୱରେ ବ୍ୟାପକ ଭାବରେ ହୋଇପାରିବ। ଏହି ଫଳାଫଳ ଆସିବା ପରେ ଆମେରିକା ସରକାରଙ୍କଠାରୁ ଜରୁରୀକାଳୀନ ଅନୁମତି ପାଇଁ ଆବେଦନ କରିବାକୁ କମ୍ପାନି ଯୋଜନା କରୁଥିବା କହିଛି |

ସମ୍ବନ୍ଧିତ ଖବର