୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କଲେ ମୋଦୀ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବଢିଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ଅର୍ଥନୀତିର ପୁନରୁତଥାନ ପାଇଁ ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଆସନ୍ତା କିଛି ଦିନ ଧରି ଏହି ପ୍ୟାକେଜର ଘୋଷଣା କରାଯିବ ।

ଏହା ୨୦୨୦ ବର୍ଷରେ ଭାରତକୁ ଆତ୍ମନିର୍ଭରଶୀଳ ହେବାର ବାଟ ଦେଖାଇବ । ଏଥିରେ ଲାଣ୍ଡ, ଲେବର,ଲିକ୍ୱିଡିଟି ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ପ୍ୟାକେଜରେ ଦେଶର କ୍ଷୁଦ୍ର,ମଧ୍ୟମ ଶିଳ୍ପ ସଂସ୍ଥାମାନଙ୍କ ପାଇଁ, ଶ୍ରମିକ, କୃଷକମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଏଥିରେ ଦେଶର ମଧ୍ୟବିତ୍ତ ବର୍ଗ, ଭାରତର ଶିଳ୍ପ ଜଗତ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ।

ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧନ କରି କହିଛନ୍ତି ଯେ ଗୋଟିଏ ଭୁତାଣୁ ସମଗ୍ର ବିଶ୍ୱକୁ ବିଧ୍ୱସ୍ତ କରିଦେଇଛି । ସମଗ୍ର ମାନବଜାତି ଏହି ସଂକଟ ବିରୁଦ୍ଧରେ ଲଢେଇ କରୁଛି । ଭାରତ ମଧ୍ୟ ଏହି ଲଢେଇରେ ସାମିଲ ହୋଇଛି । ଏହି ସଂକଟ ଭାରତକୁ ଆତ୍ମନିର୍ଭରଶୀଳ ହେବାର ବାଟ ଦେଖାଇଛି। କରୋନା ପୂର୍ବରୁ ଭାରତରେ ପିପିଇ ( ବ୍ୟକ୍ତିଗତ ସୁରକ୍ଷା ଉପକରଣ), ଏନ-୯୫ ମାସ୍କ ଉତ୍ପାଦନ କରାଯାଉନଥିଲା । କିନ୍ତୁ ଏବେ ଦେଶରେ ତାହାର ଉତ୍ପାଦନ ହେଉଛି ।

ସମ୍ବନ୍ଧିତ ଖବର