ନିଜର ପ୍ରଥମ ବିଦେଶ ଗ୍ରସ୍ତ ପାଇଁ ମାଳଦ୍ୱୀପକୁ କାହିଁକି ବାଛିଲେ ମୋଦି ?

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇ ପଡୋଶୀ ଦେଇ ମାଳଦ୍ୱୀପ ଓ ଶ୍ରୀଲଙ୍କା ଗ୍ରସ୍ତରେ ଯାଇଛନ୍ତି । କିଛି ସମୟପୂର୍ବେ ସେ ମାଲେ ଏୟାରପୋର୍ଟରେ ଓହ୍ଲାଇଛନ୍ତି । ଏହି ଅବସରରେ ମାଳଦ୍ୱୀପ ପକ୍ଷରୁ ନିଜର ସର୍ବୋଚ୍ଚ ସମ୍ମାନ ନିସାନ ଇଜୁଦ୍ଦିନ ମୋଦିଙ୍କୁ ପ୍ରଦାନ କରାଯିବ ।

ବିପୁଳ ବିଜୟ ସହ କ୍ଷମତାକୁ ଫେରିବା ପରେ ନରେନ୍ଦ୍ର ମୋଦି ନିଜର ପ୍ରଥମ ବିଦେଶଗସ୍ତ ପାଇଁ ମାଳଦ୍ୱୀପକୁ ବାଛିବା କୂଟନୈତିକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱ ବହନ କରୁଛି । କାରଣ ମାଳଦ୍ୱୀପର ପୂର୍ବ ରାଷ୍ଟ୍ରପତି ଅବବୁଲ୍ଲା ୟମିନଙ୍କ ଅମଳରେ ଦୁଇ ଦେଶ ମଧ୍ୟରେ ସଂପର୍କ ଖରାପ ହୋଇଥିଲା । ପୂର୍ବ ରାଷ୍ଟ୍ରପତି ୟମିନଙ୍କ ଅମଳରେ ଚୀନ ସଂପୂର୍ଣ୍ଣ ଭାବେ ଏହି ଦେଶ ଉପରେ ପ୍ରଭାବ ବିସ୍ତାର କରିଥିଲା । ଏହା ଫଳରେ ଏହି ଦେଶ ଏବେ ଚୀନର ଋଣ ଯନ୍ତାରେ ପଡି ଛଟପଟ ହେଉଛି । କିନ୍ତୁ ଗତ ବର୍ଷ ଏହି ଦେଶରେ କ୍ଷମତା ପରିବର୍ତ୍ତନ ହେବାସହ ନୂଆ ସରକାର ପୁଣି ଭାରତ ସହ ସମ୍ପର୍କକୁ ସୁଦୃଢ କରିଥିଲେ । ନୂଆ ସରକାର ଆସିବା ପରେ ଭାରତ ତୁରନ୍ତ ୧.୪ ବିଲିୟନ ଡଲାରର ଋଣ ସହାୟତା ଘୋଷଣା କରିଥିଲା । ନିଜର ପ୍ରଥମ କାର୍ଯ୍ୟକାଳରେ ମୋଦି ପ୍ରଥମେ ଭୁଟାନ ଯାଇଥିଲେ ।

ସମ୍ବନ୍ଧିତ ଖବର