ମହିଳା ବିଚାରପତିଙ୍କୁ ‘ନାପସନ୍ଦ’ ଜନ୍ମଦିନ ବାର୍ତ୍ତା ପଠାଇ ୪ ମାସ ହେବ ଜେଲ୍‌ରେ ଥିବା ଓକିଲଙ୍କୁ ଏହି ସର୍ତ୍ତରେ ଜାମିନ୍‌ ମିଳିଲା

ଭୋପାଳ: ଗତ ୪ ମାସ ହେଲା ଜଣେ ମହିଳା ବିଚାରପତିଙ୍କୁ ନାପସନ୍ଦ ଜନ୍ମଦିନ ବାର୍ତ୍ତା ପଠାଇ ଜେଲ୍‌ରେ ଥିବା ଓକିଲଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି। ଯଦି ସେ ଜାମିନ୍‌ରେ ଆସି ଉକ୍ତ ବିଚାରପତିଙ୍କ ସହ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷା ଭାବେ କଥା ହେବାକୁ ଚେଷ୍ଟା କରନ୍ତି ତେବେ ତାଙ୍କ ଜାମିନକୁ ପୁଣି ଥରେ ଖାରଜ କରି ଦିଆଯିବ ବୋଲି ଇନ୍ଦୋରର ଏକ ଖଣ୍ଡପୀଠ‌ କହିଛନ୍ତି।

ଅଭିଯୁକ୍ତ ଓକିଲ ଜଣକ ହେଉଛନ୍ତି ବିଜୟ ସିଂହ ଯାଦବ। ସେ ଜାମିନ୍‌ ପାଇଁ ଦ୍ବୀତିୟ ଥର ପାଇଁ ଆବେଦନ କରିବା ପରେ ଜଷ୍ଟିସ୍‌ ସୁବୋଧ ଅଭୟଙ୍କର ତାଙ୍କ ଜାମିନକୁ ମଞ୍ଜୁରୀ ଦେଇଛନ୍ତି। ଯାଦବ କରିଥିବା ପ୍ରଥମ ଜାମିନ୍‌ ଆବେଦନକୁ ଏପ୍ରିଲ୍‌ ୨୭ ତାରିଖରେ କୋର୍ଟ ଖାରଜ କରି ଦେଇଥିଲେ।

ଓକିଲଙ୍କ ନାମରେ ଅଭିଯୋଗ ରହିଥିଲା ଯେ ସେ ମହିଳା ବିଚାରପତିଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରୁ ଏକ ଫଟୋ ଡାଉନ୍‌ଲୋଡ କରି ସେଥିରେ ଗ୍ରିଟିଂସ କାର୍ଡ କରି ଜାନୁଆରି ୨୯ ତାରିଖରେ ତାଙ୍କୁ ଅଫିସିଆଲ୍‌ ମେଲ୍‌ରେ ପଠାଇଥିଲେ। ଫେବ୍ରୁଆରି ୯ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା।

 

ସମ୍ବନ୍ଧିତ ଖବର